ଓଡିଶା

odisha

ETV Bharat / international

କାଶ୍ମୀର ବିବାଦରେ ଭାରତ-ପାକକୁ ସାହାଯ୍ୟ କରିବ ଆମେରିକା

ଡୋଭାସଠାରେ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ମଧ୍ୟରେ ସାକ୍ଷାତକାର ହୋଇଛି । ଦୁଇ ନେତା ୱାଲ୍ଡ ଇକୋନୋମିକ୍ ଫୋରମରେ ସାକ୍ଷାତକାର କରିଛନ୍ତି । ଅଧିକ ପଢନ୍ତୁ...

kashmir issue
ଫଟୋ ସୌଜନ୍ୟ: ଟ୍ବିଟର

By

Published : Jan 22, 2020, 4:03 AM IST

ହାଇଦ୍ରାବାଦ: ଡୋଭାସଠାରେ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ମଧ୍ୟରେ ସାକ୍ଷାତକାର ହୋଇଛି । ଦୁଇ ନେତା ୱାଲ୍ଡ ଇକୋନୋମିକ୍ ଫୋରମରେ ସାକ୍ଷାତକାର କରିଛନ୍ତି । ସାକ୍ଷାତକାରରେ ଭାରତ ଓ ପାକିସ୍ତାନରେ ସବୁଠାରୁ ବଡ ବିବାଦ କାଶ୍ମୀରକୁ ନେଇ ଆଲୋଚନା କରିଥିଲେ ଓ ଆବଶ୍ୟକସ୍ଥଳେ ସହାୟତା କରିବେ ବୋଲି କହିଛନ୍ତି ଟ୍ରମ୍ପ ।

ଫଟୋ ସୌଜନ୍ୟ: ଟ୍ବିଟର

ଏହି ବୈଠକରେ ଉଭୟ ନିଜ ଭିତରେ ଥିବା ସମ୍ପର୍କକୁ ବଢାଇବା ପାଇଁ ସହମତି ପ୍ରକାଶ କରିଛନ୍ତି । ଆଞ୍ଚଳିକ ସୁରକ୍ଷା, କାଶ୍ମୀର ଓ ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟା ଆଦି ନେଇ ଆଲୋଚନା କରିଥିଲେ । ବୈଠକରେ ପାକିସ୍ତାନ ପ୍ରଥମରୁ ହିଁ ନିଜର ଆଞ୍ଚଳିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରିବ ବୋଲି କହିଛନ୍ତି ।

ବୈଠକରେ ରାଷ୍ଟ୍ରପତି ଟ୍ରମ୍ପ, ଇମରାନଙ୍କୁ ଭଲ ବନ୍ଧୁ ବୋଲି କହିଛନ୍ତି । ଅନ୍ୟପକ୍ଷେ ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପ କାଶ୍ମୀରକୁ ନେଇ ନିଜ ବୟାନ ରଖିଛନ୍ତି । ଗତ ବର୍ଷ ଅଗଷ୍ଟରେ ଟ୍ରମ୍ପ କହିଥିଲେ, ଯଦି ଭାରତ ଚାହିଁବ ତେବେ କାଶ୍ମୀର ମାମଲାରେ ଆମେରିକା ମଧ୍ୟସ୍ଥି କରିବ । ତେବେ ଏହାକୁ ନେଇ ଭାରତ କଡା ପ୍ରତିବାଦ କରିଥିଲା । କାଶ୍ମୀର ଭାରତ ଓ ପାକିସ୍ତାନର ଆଭ୍ୟନ୍ତରୀଣ ମୁଦ୍ଦା ଏଥିରେ ତୃତୀୟ ଦେଶର ଆବଶ୍ୟକତା ନଥିବା କହିଛି ଭାରତ ।

ABOUT THE AUTHOR

...view details