ଓଡିଶା

odisha

ETV Bharat / international

ଜୈଶ ପ୍ରମୁଖ ମାସୁଦ ବିରୋଧରେ ହାତ ମିଳାଇଲେ ବିଶ୍ବ ଶକ୍ତି - China

ସୂଚନାଯୋଗ୍ୟ, ଏହା ଅନୁମାନ କରାଯାଉଛି ଯେ ଯଦି ମାସୁଦକୁ ଆନ୍ତର୍ଜାତିକ ଆତଙ୍କୀ ଘୋଷଣା ନ କରାଯିବ । ତେବେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ଜାତିସଂଘର ସୁରକ୍ଷା ପରିଷଦରେ ଏହା ଉପରେ ଖୋଲାଖୋଲି ଆଲୋଚନା କରିବାର ଯୋଜନା କରୁଛନ୍ତି । ଚୀନ ମାସୁଦକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣାରେ ମୁଖ୍ୟ ବାଧକ ସାଜିଛି । ସେ ପ୍ରତିଥର ଭିଟୋ କ୍ଷମତା ପ୍ରୟୋଗ କରି ଆତଙ୍କୀ ମାସୁଦକୁ ରକ୍ଷା କରୁଛି ।

ଫାଇଲ ଫଟୋ

By

Published : Mar 17, 2019, 9:31 AM IST

ନୂଆଦିଲ୍ଲୀ: ଜୈଶ-ଇ-ମହମ୍ମଦର ପ୍ରମୁଖ ମାସୁଦ ଆଝାର ବିରୋଧରେ ସମଗ୍ର ବିଶ୍ବ ହେଲା ଏକ । ପୁଣି ମାସୁଦକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରିବାକୁ ବିଶ୍ବ ଶକ୍ତି ମିଶାଇଲା ହାତ । ଚୀନ ସହ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ପରି ବିଶ୍ବ ଶକ୍ତି ମାସୁଦ ଉପରେ ଆଲୋଚନା କରିଛି । ଏହି ୩ ଶକ୍ତି ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଅଛନ୍ତି । ଏମାନେ ମାସୁଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚୀନକୁ ବୁଝାଇଛନ୍ତି । ଏହି ଆଲୋଚନା ସଫଳ ରହିଥିବାର ଖବର ମିଳିଛି ।


ସୂଚନାଯୋଗ୍ୟ, ଏହା ଅନୁମାନ କରାଯାଉଛି ଯେ ଯଦି ମାସୁଦକୁ ଆନ୍ତର୍ଜାତିକ ଆତଙ୍କୀ ଘୋଷଣା ନ କରାଯିବ । ତେବେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ଜାତିସଂଘର ସୁରକ୍ଷା ପରିଷଦରେ ଏହା ଉପରେ ଖୋଲାଖୋଲି ଆଲୋଚନା କରିବାର ଯୋଜନା କରୁଛନ୍ତି । ଚୀନ ମାସୁଦକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣାରେ ମୁଖ୍ୟ ବାଧକ ସାଜିଛି । ସେ ପ୍ରତିଥର ଭିଟୋ କ୍ଷମତା ପ୍ରୟୋଗ କରି ଆତଙ୍କୀ ମାସୁଦକୁ ରକ୍ଷା କରୁଛି ।

ଚୀନର ଏପରି ବ୍ୟବହାରକୁ ନେଇ ବିଶ୍ବ ଶକ୍ତି ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଚୀନକୁ ଚେତାବନୀ ଦେଇଥିଲା । ସୁରକ୍ଷା ପରିଷଦରେ ଆମେରିକାର ରାଜଦୂତ ଚେତାବନୀ ଦେଇ କହିଥିଲେ ଯେ ଯଦି ବେଜିଂ ଆତଙ୍କୀ ବିରୋଧରେ ଲଢିବାକୁ ନେଇ ଗମ୍ଭୀର ଅଛି ତେବେ ପାକିସ୍ତାନ ଓ ଅନ୍ୟ ଦେଶର ଆତଙ୍କୀଙ୍କୁ ବଞ୍ଚାଇବାର ପ୍ରୟାସ ନ କରୁ । ଚୀନ ଏହା ଚତୁର୍ଥ ଥର ପାଇଁ କରିଛି । ଚୀନ ବାରମ୍ବାର ସୁରକ୍ଷା ପରିଷଦର କାର୍ଯ୍ୟରେ ବାଧକ ସାଜୁଛି । ଯଦି ଚୀନ ଏପରି କରିବ, ତେବେ ସୁରକ୍ଷା ପରିଷଦର ଅନ୍ୟ ସଦସ୍ୟ କଡା ପଦକ୍ଷେପ ନେବାକୁ ବାଧ୍ୟ ହେବ ବୋଲି କହିଛି ଆମେରିକା ।

ABOUT THE AUTHOR

...view details