ନୂଆଦିଲ୍ଲୀ: ଦୁନିଆରେ କ୍ଷୁଧା ଓ ଦାରିଦ୍ର୍ୟର ସଙ୍କଟ ବଢିବାରେ ଲାଗିଛି । ଏନେଇ ଜାତିସଂଘର ଖାଦ୍ୟ ନିରାପତ୍ତା ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଚଳିତ ବର୍ଷ 8.3 କୋଟିରୁ 13.2 କୋଟି କୁପୋଷଣ ଶିକାର ହେବାର ଆଶଙ୍କା ବଢିଛି । କୋରୋନା ମହାମାରୀ ପାଇଁ ସମଗ୍ର ଦୁନିଆରେ ଏଭଳି ଏକ ହା-ହା କାର ସୃଷ୍ଟି ହୋଇଛି ।
ଖାଦ୍ୟ ନିରାପତ୍ତା ଏବଂ ପୁଷ୍ଟିକର ଖାଦ୍ୟ - 2020ରେ ଜାତି ସଂଘ ତାର ଖାଦ୍ୟ ନିରାପତ୍ତା ଉପରେ ଏକ ସଦ୍ୟତମ ରିପୋର୍ଟ ପ୍ରକାଶ କରିଛି,
1. କୋରୋନା ସଙ୍କଟ ପାଇଁ 2020 ରେ 8.3 କୋଟିରୁ ବଢି 13.2 କୋଟି ଲୋକେ କୁପୋଷଣ ତାଲିକାରେ ସାମିଲ ହେବାର ଆଶଙ୍କା ବଢାଇ ଦେଇଛି ।
2. ଖାଦ୍ୟ ଯୋଗାଣ ଶୃଙ୍ଖଳ ଭାଙ୍ଗିବା ଏବଂ କୋରୋନା ସଙ୍କଟ କାରଣରୁ ଆୟ ନଷ୍ଟ ହେତୁ ଗରିବ ଲୋକ ପୁଷ୍ଟିକର ଖାଦ୍ୟ ପାଇବାକୁ ଅସମର୍ଥ ।