ଲଣ୍ଡନ: କୋରୋନା ଭାଇରସ୍ ଲକଡାଉନ୍ ପରଠାରୁ ରାଣୀ ଏଲିଜାବେଥଙ୍କ ପ୍ରଥମ ସାର୍ବଜନୀନ ଦର୍ଶନ। 7 ମାସ ପରେ ଗୁରୁବାର ଦିନ ପୋର୍ଟନ୍ ଡାଉନ୍ ସାମରିକ ଅନୁସନ୍ଧାନ ସୁବିଧା ପରିଦର୍ଶନ କରିଛନ୍ତି ଏଲିଜାବେଥ୍ । 94 ବର୍ଷ ବୟସ୍କା ରାଣୀ ନିଜ ୱିଣ୍ଡସର୍ ଦୁର୍ଗ ଘରେ ବ୍ରିଟେନର ଲକଡାଉନ ସମୟରେ ରହୁଥିଲେ । ଏହାସହ ଭିଡିଓ ଓ ଟେଲିଫୋନ୍ ଦ୍ବାରା ସାମାଜିକ ଦୁରତ୍ବ ରକ୍ଷା କରି ସରକାରୀ କାର୍ଯ୍ୟ ସମ୍ପାଦନ କରୁଥିଲେ।
ଏହାସହ ପ୍ରଥମ ସାର୍ବଜନୀନ ଦର୍ଶନ ପାଇଁ, ସେ ନାତି ପ୍ରିନ୍ସ ୱିଲିୟମ୍ଙ୍କ ସହ ଆସିଥିଲେ। ଏହି ସମୟରେ ରାଣୀ ଫେସମାସ୍କ ପିନ୍ଧି ନଥିଲେ ମଧ୍ୟ ଉପସ୍ଥିତ ସମସ୍ତେ ସାମାଜିକ ଦୁରତ୍ବରେ ଥିଲେ । ଏବଂ କର୍ମଚାରୀମାନେ ସମସ୍ତେ ବାହାରକୁ ଆସିବା ପୂର୍ବରୁ କୋଭିଡ୍ 19 ପାଇଁ ପରୀକ୍ଷା କରିଥିଲା । ତେବେ ରାଣୀଙ୍କ ମାସ୍କ ନପିନ୍ଧିବା ନିଷ୍ପତ୍ତି ପାଇଁ କେତେକଙ୍କ ଦ୍ବାରା ସମାଲୋଚନାର ଶିକାର ହୋଇଥିଲେ ।