ଓଡିଶା

odisha

ETV Bharat / international

ଭୂକମ୍ପ ପରେ ଜାପାନରେ ସୁନାମୀ ସତର୍କତା ଜାରି

ଗତକାଲି ରାତିରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ଥରିଛି ଦ୍ୱୀପରାଷ୍ଟ୍ର ଜାପାନ। ଏହାଯୋଗୁଁ ସୁନାମୀ ହେବାର ସମ୍ଭାବନା ରହିଛି ବୋଲି ଜାପାନୀ ପାଣିପାଗ ଏଜେନ୍ସି ପକ୍ଷରୁ କୁହାଯାଇଛି ।

By

Published : Jun 19, 2019, 10:46 AM IST

ଫାଇଲ ଫଟୋ

ଟୋକିଓ: ଶକ୍ତିଶାଳୀ ଭୂକମ୍ପରେ ଥରିଛି ଦ୍ବୀପରାଷ୍ଟ୍ର ଜାପାନ । ଏହାର ପ୍ରଭାବରେ ସୁନାମୀ ହେବାର ସମ୍ଭାବନା ରହିଛି ବୋଲି ଜାପାନୀ ପାଣିପାଗ ଏଜେନ୍ସି ପକ୍ଷରୁ ସତର୍କତା ଜାରି କରାଯାଇଛି । ଗତକାଲି ରାତ୍ରୀରେ ଦେଶରେ ଉତ୍ତର ଭାଗରେ ଏକ ଜୋରଦାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.7 ଥିବା ଜଣାପଡିଛି ।

ଏ ସମ୍ପର୍କରେ ମତ ରଖି ଜାପାନୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ ଦେଶର ୟାମାଗାଟା ଉପକୂଳ ପ୍ରାନ୍ତରେ ଗତକାଲି ରାତି 10ଟା 22 ମିନିଟ ସମୟରେ ଏକ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହା ଯୋଗୁଁ ପ୍ରାୟ ଏକ ହଜାର ଲୋକଙ୍କୁ ସେମାନଙ୍କର ଘରୁ ସ୍ଥାନାନ୍ତର କରି ଦିଆଯାଇଛି । ଭୂକମ୍ପ ପ୍ରଭାବରେ 15 ଜଣ ଲୋକ ଆହତ ହୋଇଛନ୍ତି ।

ଏହି ଶକ୍ତିଶାଳୀ ଭୂକମ୍ପର ଝଟକା ଫଳରେ ସ୍ଥାନୀୟ ଅଞ୍ଚଳରେ ଅନେକ ଘରଦ୍ବାରା ଭାଙ୍ଗିଯାଇଛି । ଏପରିକି ୟାମଗାଟାସ୍ଥିତ ସୁରୁକୋ ସହରରେ ଅବସ୍ଥିତ ଥିବା ଘରର ଛାତରୁ ଟାଇଲ୍ ଖସିପଡିଛି । ଅନ୍ୟପଟେ ଏଠାକାର ନିଶିକାୱା ସହରରେ ଭୂକମ୍ପ ଯୋଗୁଁ ଭୂସ୍ଖଳନ ହେବା ସହ ସେଠାରେ ଏକ ଥିବା ପାହାଡିଆ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଏହା ସହ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିବା ନେଇ ଜଣାଇଛି ଜାପାନୀ ଗଣାମାଧ୍ୟମ ।

ABOUT THE AUTHOR

...view details