ବେଜିଂ: ଚୀନରେ ବୋଇହାଇ ସହରସ୍ଥିତ ଲୋଙ୍ଗୟାନ ବନ୍ଦରଗାହର ଏକ ଜାହାଜରେ ଅଗ୍ନିରୋଧକ ପ୍ରଣାଳୀରୁ କାର୍ବନ ଡାଇଅକ୍ସସାଇଡ ଗ୍ୟାସ ନିର୍ଗତ ହେବାଫଳରେ ପାଖାପାଖି 10 ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ 19 ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି । ସମସ୍ତ ଅସୁସ୍ଥଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମାଲବାହୀ ଜାହାଜରୁ ନିର୍ଗତ ବିଷାକ୍ତ ଗ୍ୟାସ ପ୍ରଭାବରେ 10 ମୃତ, 19 ଅସୁସ୍ଥ
ଚୀନରେ ମାଲବାହୀ ଜାହାଜରୁ କାର୍ବନ ଡାଇଅକ୍ସସାଇଡ ଗ୍ୟାସ ନିର୍ଗତ ହେବା ଯୋଗୁଁ 10 ଜଣଙ୍କର ମୃତ୍ୟୁ ହୋଇଛି ।
ପ୍ରତିକାତ୍ମକ ଫଟୋ
ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଫୁଜିୟାନ ଶିପିଙ୍ଗ କମ୍ପାନୀର ପୋତରେ ମରାମତି କରିବା ସମୟରେ ଏହି ଗ୍ୟାସ ନିର୍ଗତ ହୋଇଥିଲା । ତେବେ କାର୍ବନ ଡାଇଅକ୍ସସାଇଡ ଗ୍ୟାସ ସଂସ୍ପର୍ଶରେ ଆସିବା ଦ୍ବାରା ସମସ୍ତ ଅସୁସ୍ଥଙ୍କ ଆଖି ଓ ଶରୀର ଜଳାପୋଡା ହୋଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପୂର୍ବ ଅପେକ୍ଷା ଏବେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।