ଓଡିଶା

odisha

ETV Bharat / international

କ୍ରିଷ୍ଟଚର୍ଚ୍ଚ ଆକ୍ରମଣର ପ୍ରତିଶୋଧ ଶ୍ରୀଲଙ୍କା ନରସଂହାର: ମୃତ୍ୟୁ ସଂଖ୍ୟା 321କୁ ବୃଦ୍ଧି

ନରସଂହାରରେ ମୃତ୍ୟୁ ସଂଖ୍ୟା 321ରେ ପହଁଞ୍ଚିଥିବା ବେଳେ ଆହତଙ୍କ ସଂଖ୍ୟା 500 ହୋଇଛି । ମୃତକଙ୍କ ମଧ୍ୟରେ 38 ବିଦେଶୀଙ୍କ ସମେତ 10 ଭାରତୀୟ ରହିଛନ୍ତି । ତେବେ ଏହି ଆକ୍ରମଣରେ ଇସ୍‌ଲାମିକ ସଂଗଠନ ଆଇଏସ୍‌ଆଇଏସ୍‌ ନିଜକୁ ଦାୟୀ କରିଛି ।

By

Published : Apr 23, 2019, 6:56 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର

କଲୋମ୍ବୋ: ଶ୍ରୀଲଙ୍କାରେ ସିରିଜ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 321କୁ ବୃଦ୍ଧି ହୋଇଛି । ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ ନ୍ୟୁଜିଲାଣ୍ଡ କ୍ରିଷ୍ଟଚର୍ଚ୍ଚରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ ହୋଇଛି । ମଙ୍ଗଳବାର ଶ୍ରୀଲଙ୍କା ଉପପ୍ରତିରକ୍ଷା ମନ୍ତ୍ରୀ ରୁୱନ ବିଜେବର୍ଦ୍ଧନେ ଏନେଇ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର

ମାର୍ଚ୍ଚ 15ରେ ନ୍ୟୁଜିଲାଣ୍ଡ କ୍ରିଷ୍ଟଚର୍ଚ୍ଚର ଦୁଇଟି ମସଜିଦରେ ହୋଇଥିବା ଆକ୍ରମଣରେ 50 ଜଣଙ୍କର ମୃତ୍ୟୁ ହୋଇଥିଲା । ସେହି ଆକ୍ରମଣର ପ୍ରତିଶୋଧ ନେବା ପାଇଁ ରବିବାର ଇଷ୍ଟର ଦିନ ସକାଳୁ ଶ୍ରୀଲଙ୍କାର ପୃଥକ ପୃଥକ 8ଟି ସ୍ଥାନରେ ବିସ୍ଫୋରଣ ହୋଇଥିଲା । ଏହି ନରସଂହାରରେ ମୃତ୍ୟୁ ସଂଖ୍ୟା 321ରେ ପହଁଞ୍ଚିଥିବା ବେଳେ ଆହତଙ୍କ ସଂଖ୍ୟା 500 ହୋଇଛି । ମୃତକଙ୍କ ମଧ୍ୟରେ 38 ବିଦେଶୀଙ୍କ ସମେତ 10 ଭାରତୀୟ ରହିଛନ୍ତି । ତେବେ ଏହି ଆକ୍ରମଣରେ ଇସ୍‌ଲାମିକ ସଂଗଠନ ଆଇଏସ୍‌ଆଇଏସ୍‌ ନିଜକୁ ଦାୟୀ କରିଛି ।

ଆକ୍ରମଣ ପରେ ମଙ୍ଗଳବାର ଶ୍ରୀଲଙ୍କା ସଂସଦରେ ବିଶେଷ ସତ୍ର ଡକାଯାଇ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ଏହାସହ ମଙ୍ଗବାର ଦେଶରେ ରାଷ୍ଟ୍ରୀୟ ଶୋକ ମଧ୍ୟ ପାଳନ କରାଯିବ । ଶ୍ରୀଲଙ୍କାରେ ବୁଧବାର ପର୍ଯ୍ୟନ୍ତ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ABOUT THE AUTHOR

...view details