ନୂଆଦିଲ୍ଲୀ: ପବିତ୍ର ଇଷ୍ଟର ଉପଲକ୍ଷେ ସିରିଜ ବୋମା ବିସ୍ଫୋରଣରେ ଦୋହଲି ଉଠିଥିଲା ଶ୍ରୀଲଙ୍କା । ଏହି ବିସ୍ଫୋରଣରେ ୨୫୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଏକାଧିକ ହୋଇଥିଲେ ଆହତ । ଏପ୍ରିଲ ୨୧ରେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋସ୍ଥିତ ଏକ ଚର୍ଚ୍ଚ ସମେତ ବିଭିନ୍ନ ପ୍ରାନ୍ତରେ ଘଟିଥିଲା ଆତ୍ମଘାତୀ ବିସ୍ଫୋରଣ । ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ ଜହରାନ ହାଶିମ ବିସ୍ଫୋରଣ ବେଳେ କଲମ୍ବୋର ଶାଙ୍ଗରୀ-ଲା ହୋଟେଲରେ ନିହତ ହୋଇଥିଲା । ଯାହାର ସୂଚନା ରାଷ୍ଟ୍ରପତି ମୈତ୍ରୀପାଲା ସିରିସେନା ଦେଇଥିଲେ ।
ଶ୍ରୀଲଙ୍କା ବିସ୍ଫୋରଣର ମାଷ୍ଟର ମାଇଣ୍ଡର ବାପା ଓ ୨ ଭାଇ ସଂଘର୍ଷରେ ନିହତ - killed
ରଏଟର୍ସ ଅନୁସାରେ, ଜେନୀ ହାଶିମ, ରିଲବାନ ହାଶିମ ଓ ତାଙ୍କର ବାପା ମୋହମ୍ମଦ ହାଶିମ ଶୁକ୍ରବାର ପୂର୍ବତଟରେ ସେନା ସହ ସଂଘର୍ଷରେ ନିହତ ହୋଇଥିଲେ । ଏମାନେ ସୋସିଆଲ ମିଡିଆର ଏକ ଭିଡିଓ ଅପଲୋଡ କରି ଯୁଦ୍ଧ ପାଇଁ ଅପିଲ କରିଥିଲେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ବର୍ତ୍ତମାନ ଖବର ଆସୁଛି ଯେ ଶୁକ୍ରବାର ହୋଇଥିବା ସେନା ସହ ସଂଘର୍ଷରେ ମାଷ୍ଟର ମାଇଣ୍ଡର ୨ ଭାଇ ଓ ବାପା ନିହତ ହୋଇଥିଲା । ଯାହାର ସୂଚନା ଆନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସି ରଏଟର୍ସ ଦେଇଛି । ରଏଟର୍ସ ପୋଲିସ ଓ ଆକ୍ରମଣକାରୀଙ୍କ ସମ୍ପର୍କୀୟଙ୍କ ଠାରୁ ଏହି ସୂଚନା ପ୍ରାପ୍ତ କରିଛି ।
ରଏଟର୍ସ ଅନୁସାରେ ଜେନୀ ହାଶିମ, ରିଲବାନ ହାଶିମ ଓ ତାଙ୍କର ବାପା ମୋହମ୍ମଦ ହାଶିମ ଶୁକ୍ରବାର ପୂର୍ବତଟରେ ସେନା ସହ ସଂଘର୍ଷରେ ନିହତ ହୋଇଥିଲେ । ଏମାନେ ସୋସିଆଲ ମିଡିଆର ଏକ ଭିଡିଓ ଉପଲୋଡ କରି ଯୁଦ୍ଧ ପାଇଁ ଅପିଲ କରିଥିଲେ ।