କଲମ୍ବୋ: ପବିତ୍ର ଇଷ୍ଟର ରବିବାରରେ ଶ୍ରୀଲଙ୍କାରେ ଘଟିଥିଲା ସିରିଏଲ ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ ଦୋହଲି ଉଠିଥିଲା ସମଗ୍ର ଦେଶ । ଆତ୍ମଘାତୀ ଆକ୍ରମଣରେ ପ୍ରାୟ ୩୫୯ ଜଣଙ୍କ ମୃତ୍ୟୁ ହେବା ସହ ୫୦୦ରୁ ଅଧିକ ଆହତ ହୋଇଛନ୍ତି । ବର୍ତ୍ତମାନ ଯାଏଁ ଶ୍ରୀଲଙ୍କାରେ ମଧ୍ୟ ବୋମା ବିସ୍ଫୋରଣ ଜାରି ରହିଛି । ଅନ୍ୟପକ୍ଷେ ଶ୍ରୀଲଙ୍କା ସରକାର ମାନିଛନ୍ତି ବଡଧରଣର ଗୁଇନ୍ଦା ବିଫଳତା ଯୋଗୁଁ ସିରିଏଲ ବିସ୍ଫୋରଣ ଘଟିଛି।
ଶ୍ରୀଲଙ୍କା ସଂସଦରେ ଚର୍ଚ୍ଚା ବେଳେ ସରକାର ସ୍ବୀକାର କରିଛନ୍ତି ଯେ, ମାସକ ପୂର୍ବରୁ ଭାରତର ଗୁଇନ୍ଦା ଏଜେନ୍ସିର ଚେତାବନୀକୁ ସଠିକ ଭାବେ ଗୁରୁତ୍ବ ଦିଆଯାଇ ନାହିଁ । ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନା ଦେଶର ପ୍ରତିରକ୍ଷା ସଚିବ ଓ ପୋଲିସ ଆଇଜିଙ୍କୁ ପଦରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।