ଓଡିଶା

odisha

ETV Bharat / international

ବଦାନ୍ୟତା: ସ୍କୁଲକୁ ମହଲ କରିଦେଲେ ଛାତ୍ର

ଋଷର ଜଣେ ବ୍ୟବସାୟୀ ଏକଦା ପଢୁଥିବା ସ୍କୁଲକୁ ମହଲରେ ପରିଣତ କରିଛନ୍ତି ।

By

Published : Sep 8, 2019, 9:32 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ମସ୍କୋ: କଥାରେ ଅଛି ଯଦି ଦେବାକୁ ମନ ହୁଏ ହୃଦୟରୁ ଯାହା ବି ଦାନ କର ନା କାହିଁକି ତାହା ଦୁନିଆ ଦେଖେ । ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ଚର୍ଚ୍ଚା ବି ହୋଇଛି । ଠିକ୍ ସେହିଭଳି ଘଟଣା ଦେଖିବାକୁ ମିଳିଛି ଋଷରେ । ଜଣେ ବ୍ୟବସାୟୀ ନିଜେ ପଢୁଥିବା ବିଦ୍ୟାଳୟକୁ ରାଜ ଉଆସରେ ବଦଳାଇ ଦେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ସୂଚନା ଅନୁସାରେ, ଜଣେ ବ୍ୟବସାୟୀ ଏକଦା ଏହି ସ୍କୁଲରେ ପାଠ ପଢୁଥିଲେ । ତେବେ ବଡ ହେବା ପରେ ସେ କୋଟିପତି ହୋଇଗଲେ ସିନା ନିଜ ପିଲାବେଳର ବିଦ୍ୟାଳୟକୁ ଭୁଲିପାରିନଥିଲେ । ଏହାକୁ ନଜରରେ ରଖି ନିଜେ ପଢୁଥିବା ସ୍କୁଲକୁ ସେ ରାଜ ଉଆସରେ ପରିଣତ କରିଦେଲେ ।

କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ନିଜ ସ୍କୁଲର କାନ୍ଥ କୁ ସେ ମାର୍ବଲ ଓ ସୁନାରେ ଗଢିତୋଳିଲେ । କେବଳ ଏତିକି ନୁହେଁ ବାଥରୁମ ଓ ଟୟଲେଟ ରୁମକୁ ଅତ୍ୟାଧୁନିକ ଭାବେ ଗଢିତୋଳିବା ସହ ସୁନାର ଝୁମର ଲଗାଇଦେଲେ । ଏବେ କ୍ଲାସରୁମର କାମ ଚାଲିଥିବା ବେଳେ ଏହି ସ୍କୁଲ ମହଲ ଭଳି ଭ୍ରମ ସୃଷ୍ଟି କରୁଛି ।

ଅନ୍ୟପଟେ ଏଭଳି ସ୍କୁଲରେ ପାଠ ପଢିବା ସହ ଛାତ୍ରଛାତ୍ରୀ ମାନେ ବି ନିଜର ଖୁସି ଜାହିର କରିଛନ୍ତି । ବିଦ୍ୟାଳୟ ପ୍ରଶାସନ ବି ନିଜର ପୂର୍ବତନ ଛାତ୍ରଙ୍କ ଏଭଳି ପ୍ରୟାସକୁ ପ୍ରଶଂସନୀୟ ବୋଲି କହିଛନ୍ତି ।

ABOUT THE AUTHOR

...view details