ଓଡିଶା

odisha

ETV Bharat / international

ୟୁକ୍ରେନ ଆକ୍ରମଣରେ ଭାକ୍ୟୁମ ବୋମା ବ୍ୟବହାର କରିଥିବା ସ୍ବୀକାର କଲା ଋଷ

ୟୁକ୍ରେନ ଆକ୍ରମଣ ସମୟରେ ଭାକ୍ୟୁମ ବୋମା ବ୍ୟବହାର କରିଥିଲା ଋଷ । ଋଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ସୁନିଶ୍ଚିତ କରିଥିବା ନେଇ ବ୍ରିଟେନ ମନ୍ତ୍ରାଳୟ ଟ୍ବିଟ କରି ସୂଚନା ଦେଇଛି । ଅଧିକ ପଢନ୍ତୁ

ୟୁକ୍ରେନ ଆକ୍ରମଣ ଉପରେ ଭାକ୍ୟୁମ ବୋମା ବ୍ୟବହାରକୁ ସ୍ବିକାର କଲା ଋଷ
ୟୁକ୍ରେନ ଆକ୍ରମଣ ଉପରେ ଭାକ୍ୟୁମ ବୋମା ବ୍ୟବହାରକୁ ସ୍ବିକାର କଲା ଋଷ

By

Published : Mar 11, 2022, 3:17 PM IST

କିଭ: ୟୁକ୍ରେନ ଆକ୍ରମଣ ସମୟରେ ଭାକ୍ୟୁମ ବୋମା ବ୍ୟବହାର କରିଥିଲା ଋଷ । ୟୁକ୍ରେନରେ TOS-1Aଓ୍ବିପନ ସିଷ୍ଟମର ବ୍ୟବହାରକୁ ନେଇ ଋଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ସୁନିଶ୍ଚିତ କରିଥିବା ନେଇ ବ୍ରିଟେନ ମନ୍ତ୍ରାଳୟ ଟ୍ବିଟ କରି ସୂଚନା ଦେଇଛି । ଏହି ସିଷ୍ଟମରେ ନିକ୍ଷେପ କରାଯାଉଥିବା ଭାକ୍ୟୁମ ବୋମା ବ୍ୟାପକ ବିସ୍ପୋରଣ କରିଥାଏ ବୋଲି ଦର୍ଶାଯାଇଛି ।

ଏହା ପୂର୍ବରୁ ଋଷ ଥର୍ମୋବେରିକ ୱିପନସ ସିଷ୍ଟମ ବ୍ୟବହାର କରିଥିବା ନେଇ ୟୁକ୍ରେନ ଦାବି କରିଥିଲା । ଆଗରୁ ୟୁକ୍ରେନ ମଧ୍ୟ ଦର୍ଶାଇ ଥିଲା ଯେ,ଋଷ ଥର୍ମୋବେରିକ୍‌ ୱିପନ୍‌ସ୍‌ ସିଷ୍ଟମ ବ୍ୟବହାର କରୁଛି। ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ୟୁକ୍ରେନର ରାଷ୍ଟ୍ରଦୂତ ଓକ୍‌ସାନା ମାର୍କାରୋଭା ଅଭିଯୋଗ କରିଥିଲେ, ଋଷ ଏବେ ଭାକ୍ୟୁମ ବୋମା ବ୍ୟବହାର କରି ୟୁକ୍ରେନକୁ ଦଖଲ କରୁଛି । ଆଜି ମଧ୍ୟ ସେମାନେ ଭାକ୍ୟୁମ ବୋମା ବ୍ୟବହାର କରିଛନ୍ତି।

ସୂଚନାଅନୁସାରେ, ଏହି ଭାକ୍ୟୁମ୍‌ ବୋମା ଉଚ୍ଚ ତାପମାତ୍ରାରେ ବିସ୍ଫୋରଣ ଘଟାଇବା ସହ ବାୟୁମଣ୍ଡଳରୁ ଅମ୍ଳଜାନ ଶୋଷି ନେଇଥାଏ । ବିସ୍ଫୋରଣଜନିତ ତରଙ୍ଗ ଦୀର୍ଘ ସମୟ ରହୁଥିବାରୁ ମଣିଷ ଶରୀରରୁ ଜଳୀୟ ଅଂଶ ଶୋଷି ନେବାକୁ ସମର୍ଥ ହୋଇଥାଏ।

For All Latest Updates

ABOUT THE AUTHOR

...view details