ଓଡିଶା

odisha

ଇରାକ ସ୍ଥିତ ଆମେରିକୀୟ ଦୂତାବାସ ଉପରେ ପୁଣି ରକେଟ ମାଡ

ଇରାନ ଆମେରିକା ତିକ୍ତତା ମଧ୍ୟରେ ପୁଣିଥରେ ଇରାକର ରାଜଧାନୀ ବାଗଦାଦ ସ୍ଥିତ ଆମେରିକୀୟ ଦୂତାବାସ ଉପରେ ରକେଟ ମାଡ ହୋଇଛି ।

By

Published : Feb 16, 2020, 8:22 AM IST

Published : Feb 16, 2020, 8:22 AM IST

rocket attack
ରକେଟ ମାଡ

ବାଗଦାଦ: କିଛିଦିନର ବ୍ୟବଧାନ ପରେ ପୁଣି ତେଜିଛି ଇରାନ-ଆମେରିକା ବିବାଦ । ଇରାନ ଆମେରିକା ତିକ୍ତତା ମଧ୍ୟରେ ରବିବାର ପୁଣିଥରେ ଇରାକର ରାଜଧାନୀ ବାଗଦାଦ ସ୍ଥିତ ଆମେରିକୀୟ ଦୂତାବାସ ଉପରେ ରକେଟ ମାଡ ହୋଇଛି । ଆମେରିକା ସେନା ସହ ଜଡିତ ସୂତ୍ର ଏନେଇ ସୂଚନା ଦେଇଛନ୍ତି ।

ତେବେ ଯେଉଁ ଅଞ୍ଚଳରେ ରକେଡ ମାଡ ହୋଇଛି ସେଠାରେ କେତେକ ଏୟାରକ୍ରାଫ୍ଟ ଦେଖିବାକୁ ମିଳିଛି । ଏହି ଆକ୍ରମଣ ଗ୍ରୀନ ଜୋନରେ ହୋଇଛି, ଯେଉଁଠି ସମସ୍ତ ସରକାରୀ ଭବନ ରହିଛି । ଆମେରିକା ବ୍ୟତୀତ ଏହି ସ୍ଥାନରେ ଅନେକ ଦେଶର ଦୂତାବାସ ମଧ୍ୟ ରହିଛି । ତେବେ ଏହି ଆକ୍ରମଣ ପଛରେ ଇରାନର ହାତ ଥିବା ନେଇ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ଆମେରିକା ଦ୍ବାରା ଇରାନର ଟପ୍‌ କମାଣ୍ଡର ଜେନେରାଲ କାଶିମ ସୁଲେମାନିଙ୍କ ହତ୍ୟା କରାଯିବା ପରେ ଆମେରିକା-ଇରାନ ମଧ୍ୟରେ ତିକ୍ତତା ଲାଗି ରହିଛି । ପ୍ରତିଶୋଧ ପରାୟଣ ହୋଇ ଇରାନ ବାରମ୍ବାର ବାଗଦାଦ ସ୍ଥିତ ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କରୁଛି । ସେପଟେ ସୁଲେମାନିଙ୍କ ହତ୍ୟାର 40 ଦିନ ପରେ ଇରାନ ଆମେରିକାକୁ ଚେତାବନୀ ଦେଇ କହିଥିଲା, ଯଦି ଆମେରିକା ଏବଂ ଇସ୍ରାଏଲ କିଛି ବି ଭୁଲ କରନ୍ତି ତାହେଲେ ତାଙ୍କ ଉପରେ ଆମେ ଆକ୍ରମଣ କରିବୁ ।

@ANI

ABOUT THE AUTHOR

...view details