ଓଡିଶା

odisha

ETV Bharat / international

ଲକଡାଉନ ସମସ୍ୟା: 'ଚାଉଳ ଏଟିଏମ୍' ସାଜିଛି ଗରିବଙ୍କ ବରଦାନ

ଲକଡାଉନ କାରଣରୁ ଅନେକ ରାଷ୍ଟ୍ରରେ ଗରିବ, ଶ୍ରମିକ ମାନେ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି । ଏପରିସ୍ଥଳେ ହୋ ଚି ମିନ୍ ସିଟିରେ ଜଣେ ଭିଏତନାମ ଉଦ୍ୟୋଗୀ କୋରୋନାଭାଇରସ୍ ଲକଡାଉନ ଅଞ୍ଚଳରେ 24*7 ସ୍ବୟଂଚାଳିତ ବିତରଣ ମେସିନ୍ (ରାଇସ ଏଟିଏମ)ଉଦ୍ଭାବନ କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲଲ ଫଟୋ
ଫାଇଲଲ ଫଟୋ

By

Published : Apr 13, 2020, 7:28 PM IST

ହାନୋଇ: ବିଶ୍ବରେ କୋରୋନାର ଡର ଏବେ ଭୀଷଣ ରୂପ ଧାରଣ କରିଛି । ଏହାରି ଭିତରେ ଲକଡାଉନ କାରଣରୁ ଅନେକ ରାଷ୍ଟ୍ରରେ ଗରିବ, ଶ୍ରମିକ ମାନେ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି । ଏପରି ସ୍ଥଳେ ହୋ ଚି ମିନ୍ ସିଟିରେ ଜଣେ ଭିଏତନାମ ଉଦ୍ୟୋଗୀ କୋରୋନାଭାଇରସ୍ ଲକଡାଉନ ଅଞ୍ଚଳରେ 24*7 ସ୍ବୟଂଚାଳିତ ବିତରଣ ମେସିନ୍ (ରାଇସ ଏଟିଏମ)ଉଦ୍ଭାବନ କରିଛନ୍ତି ।

'ଚାଉଳ ଏଟିଏମ୍' ସାଜିଛି ଗରିବଙ୍କ ବରଦାନ

ଭିଏତନାମ COVID-19 262 ମାମଲା ରିପୋର୍ଟ କରିଛି, ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ହୋଇନାହିଁ । କିନ୍ତୁ ମାର୍ଚ୍ଚ 31 ରେ ଆରମ୍ଭ ହୋଇଥିବା 15 ଦିନିଆ ସାମାଜିକ ଦୂରତା କାର୍ଯ୍ୟକ୍ରମ ଯୋଗୁଁ ଅନେକ ଛୋଟ ବ୍ୟବସାୟ ବନ୍ଦ ହୋଇଯାଇଛି ଏବଂ ହଜାର ହଜାର ଲୋକ ସାମୟିକ ଭାବରେ କାର୍ଯ୍ୟରୁ ବଞ୍ଚିତ ହୋଇଛନ୍ତି ।

ଏପରି ସମୟରେ ଏହି ରାଇସ ଏଟିଏମ୍ ଏହି ଲୋକଙ୍କୁ ସାହାଯ୍ୟ କରିଛି । ଗୋଟିଏ ବ୍ୟାଗ ଚାଉଳ ଗୋଟିଏ ଦିନ ପାଇଁ ଯଥେଷ୍ଟ ବୋଲି ଏଥିରୁ ଉପକୃତ ଲୋକେ କହିଛନ୍ତି ।ଏହି ମେସିନ୍ ଏକ ଛୋଟ ସିଲୋରୁ ଅପେକ୍ଷା କରୁଥିବା ଶ୍ରମିକଙ୍କ ପାଇଁ 1.5 କିଲୋଗ୍ରାମ ବ୍ୟାଗ ଚାଉଳ ବଣ୍ଟନ କରିଥାଏ । ରାସ୍ତାଘାଟ ବିକ୍ରେତା, ଶ୍ରମିକ, ବେସରକାରୀ ସିକ୍ୟୁରିଟି ଗାର୍ଡ ଏହା ଦ୍ବାରା ଉପକୃତ ହେଉଛନ୍ତି । ଗଣମାଧ୍ୟମ ଅନୁଯାୟୀ ହାନୋଇ, ହୁ ଏବଂ ଡାନାଙ୍ଗ ଭଳି ଅନ୍ୟ ବଡ ସହରରେ ମଧ୍ୟ ଏହିପରି ‘ଚାଉଳ ଏଟିଏମ୍’ ସ୍ଥାପନ କରାଯାଇଛି।

ABOUT THE AUTHOR

...view details