ଓଡିଶା

odisha

By

Published : Sep 1, 2020, 10:00 PM IST

ETV Bharat / international

ପ୍ରଣବଙ୍କ ବିୟୋଗରେ ଚୀନର ଶୋକ, ଦୁଇ ଦେଶର ସମ୍ପର୍କରେ ବଡ କ୍ଷତି ନେଇ ବୟାନ ଜାରି

ମଙ୍ଗଳବାର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଚୀନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ବାର୍ତ୍ତା ପ୍ରଦାନ କରାଯାଇଛି । ପ୍ରଣବ ଜଣେ ବିଶିଷ୍ଟ ଜନନାୟକ ଥିବା ବେଳେ ତାଙ୍କ ମୃତ୍ୟୁ ଭାରତ-ଚୀନ ବନ୍ଧୁତା ପାଇଁ ଏକ ବଡ଼ କ୍ଷତି ବୋଲି କହିଛି ଚୀନ । ଅଧିକ ପଢନ୍ତୁ...

ପ୍ରଣବଙ୍କ ବିୟୋଗରେ ଚୀନର ଶୋକ, ଦୁଇ ଦେଶର ସମ୍ପର୍କରେ ବଡ କ୍ଷତି ନେଇ ବୟାନ ଜାରି
ପ୍ରଣବଙ୍କ ବିୟୋଗରେ ଚୀନର ଶୋକ, ଦୁଇ ଦେଶର ସମ୍ପର୍କରେ ବଡ କ୍ଷତି ନେଇ ବୟାନ ଜାରି

ବେଜିଂ: ଚୀର ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀ । ପ୍ରଣବ ଦା'ଙ୍କ ବିୟୋଗରେ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଦୁଃଖର ଲହରି ଖେଳିଯାଇଛି । ମଙ୍ଗଳବାର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଚୀନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ବାର୍ତ୍ତା ପ୍ରଦାନ କରାଯାଇଛି । ପ୍ରଣବ ଜଣେ ବିଶିଷ୍ଟ ଜନନାୟକ ଥିବା ବେଳେ ତାଙ୍କ ମୃତ୍ୟୁ ଭାରତ-ଚୀନ ବନ୍ଧୁତା ପାଇଁ ଏକ ବଡ଼ କ୍ଷତି ବୋଲି କହିଛି ଚୀନ ।

ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନିଙ୍ଗ କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀ ଭାରତର ଜଣେ ବିଶିଷ୍ଟ ଜନନାୟକ ଥିଲେ। ରାଜନୀତିରେ କ୍ଷେତ୍ରରେ ଦୀର୍ଘ 50 ବର୍ଷ ମଧ୍ୟରେ ପ୍ରଣବଙ୍କର ଚୀନ ଓ ଭାରତ ସମ୍ପର୍କରେ ସକରାତ୍ମକ ଅବଦାନ ରହିଥିବା ସେ କହିଛନ୍ତି ।

2014ରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଗସ୍ତ ଏବଂ ମୁଖାର୍ଜୀଙ୍କ ସହ ତାଙ୍କର ବୈଠକ ହୋଇଥିଲା । ଏ ସମ୍ପର୍କରେ ହୁଆ କହିଛନ୍ତି ଯେ ଏହି ବୈଠକ ପରେ ଦୁଇ ଦେଶର ମିଳିତ ବିକାଶକୁ ଗୁରୁତ୍ବ ଦେଇଥିଲେ ।

ABOUT THE AUTHOR

...view details