ଓଡିଶା

odisha

ETV Bharat / international

ଅଦ୍ଭୁତ ନିୟମ, ଛୁରୀରେ ମସାଜ କରନ୍ତି ଶାକାହାରୀ

ତାଇୱାନର ମସାଜ ପାର୍ଲରରେ ଲୋକମାନଙ୍କୁ ଛୁରୀ ସାହାଯ୍ୟରେ ମସାଜ ଦିଆଯାଏ । ଆଉ ଏହି ମସାଜକୁ 'ଡାଉଲିଆଓ' କୁହାଯାଏ । ଅଧିକ ପଢନ୍ତୁ......

By

Published : Jun 26, 2020, 5:09 PM IST

ଅଦ୍ଭୁତ ନିୟମ ଛୁରୀରେ ମସାଜ ଦିଅନ୍ତି ଶାକାହାରୀ
ଅଦ୍ଭୁତ ନିୟମ ଛୁରୀରେ ମସାଜ ଦିଅନ୍ତି ଶାକାହାରୀ

ତାଇପେ: ଆମେମାନେ ସାଧାରଣତଃ ମାଛ, ମାଂସ, ଫଳ, ପନିପରିବା ଇତ୍ୟାଦି କାଟିବାରେ ଛୁରୀକୁ ବ୍ୟବହାର କରିଥାଉ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଏକ ଛୁରୀଦ୍ବାରା ମସାଜ ବି ହୋଇପାରିବ? ଏହା ଶୁଣିବାକୁ ଟିକେ ଅଜବ ଲାଗିପାରେ ମାତ୍ର ଏହା ସତ ।

ତାଇୱାନର ମସାଜ ପାର୍ଲରରେ ଲୋକମାନଙ୍କୁ ଛୁରୀ ସାହାଯ୍ୟରେ ମସାଜ ଦିଆଯାଏ । ଆଉ ଏହି ମସାଜକୁ 'ଡାଉଲିଆଓ' କୁହାଯାଏ । ଯାହାର ଅର୍ଥ ଚାଇନିଜ୍ ଭାଷାରେ 'ଚୁଆର୍ ସେ ମସାଜ୍' କିମ୍ବା 'ଛୁରୀ ଥେରାପି' । ଏହା ଚାଇନାର ଖୁବ୍ ଲୋକପ୍ରିୟ ମସାଜ୍ । ଏବି ମସାଜ୍ ପ୍ରାୟ 2000 ବର୍ଷ ପୁରୁଣା । ଏହାକୁ ବୌଦ୍ଧ ଭିକ୍ଷୁମାନେ ଆରମ୍ଭ କରିଥିବା କୁହାଯାଏ ।

ପ୍ରାୟ ଏକ ହଜାର ବର୍ଷ ପୂର୍ବେ, ଟାଙ୍ଗ ରାଜବଂଶୀଙ୍କ ସମୟରେ ଜାପାନରେ ଏହି ଥେରାପି ଆରମ୍ଭ ହୋଇଥିଲା । 1940 ଦଶକରେ ଚାଇନାର ଗୃହଯୁଦ୍ଧ ସମୟରେ ଏହି ପରମ୍ପରା ତାଇୱାନରେ ପହଞ୍ଚିଥିଲା ​​। ଯଦିଚ ଏହି ଚିକିତ୍ସା ପ୍ରକ୍ରିୟା ଆଜି ଚୀନ୍ ଏବଂ ଜାପାନରେ ପହଞ୍ଚି ସାରିଛି ତଥାପି ତାଇୱାନରେ ଏହା ବହୁତ ଲୋକପ୍ରିୟ । ତେବେ ଏହି ଥେରାପିର ଶିକ୍ଷା ଦେବା ପାଇଁ ତାଇୱାନର ରାଜଧାନୀ ତାଇପେରେ ଏକ ଶିକ୍ଷା କେନ୍ଦ୍ର ମଧ୍ୟ ଖୋଲାଯାଇଛି ।

ଏହାର ନାମ ହେଉଛି, ଦ ଏନସିଏଣ୍ଟ ଆର୍ଟ ଅଫ୍ ନାଇଫ୍ । ତାଇୱାନରେ ଏହି ଶିକ୍ଷା କେନ୍ଦ୍ରର ପ୍ରାୟ 36ଟି ଶାଖା ରହିଛି । ସେଥିମଧ୍ୟରୁ 15ଟି କେବଳ ଗତ ପାଞ୍ଚ ବର୍ଷ ମଧ୍ୟରେ ଖୋଲାଯାଇଛି । ଏଠାରେ ସମଗ୍ର ଦୁନିଆର ଲୋକଙ୍କୁ ଛୁରୀରେ ମସାଜ କରିବାର କଳା ଶିକ୍ଷା ଦିଆଯାଏ । ଏହି ଚିକିତ୍ସା ଶିଖିବାକୁ ଫ୍ରାନ୍ସ, କାନାଡା, ହଂକଂ ଏବଂ ଜାପାନର ଲୋକମାନେ ତାଇୱାନକୁ ଆସିଥାନ୍ତି ।

ଛୁରୀ ମସାଜର ଫାଇଦା

ଶରୀରର ଯନ୍ତ୍ରଣାକୁ ଲାଘବ କରିବାରେ ଏହା ଖୁବ୍ ଭଲ ବୋଲି କୁହାଯାଏ ।

ତାଇୱାନର ଏକ ମସାଜ୍ ସେଣ୍ଟରର ନିର୍ଦ୍ଦେଶକ ହିସିଆଓ ମେ-ଫାଙ୍ଗ କହିଛନ୍ତି, ସେ 15 ବର୍ଷ ପୂର୍ବେ ଛୁରୀରେ ମସାଜ କରିବା ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ବିୟୁଟି ମସାଜ୍ କରୁଥିଲେ । ମେ-ଫାଙ୍ଗ କହିଛନ୍ତି, ମୁଁ ଦିନସାରା ଲୋକଙ୍କୁ ମସାଜ କରିବା ପରେ ବହୁତ ଥକି ଯାଇଥାଏ । କାରଣ ଏହି ମସାଜ ସମୟରେ ନିର୍ଗତ ହେଉଥିବା ନକାରାତ୍ମକ ଶକ୍ତି ମୋ ଉପରେ ଖରାପ ପ୍ରଭାବ ପକାଉଥିଲା । ମାତ୍ର ତାଙ୍କୁ ଏହା କରିବାକୁ ପଡୁଥିଲା । କାରଣ ଏହା ଲୋକଙ୍କୁ ସକାରତ୍ମକ ଉର୍ଜା ଦେଇଥାଏ ।

ସେ ଆହୁରି କହିଛନ୍ତି, ଏହି ଚିକିତ୍ସାରେ କିଛି ନିୟମ ପାଳନ କରିବା ଆବଶ୍ୟକ । ଉଦାହରଣ ସ୍ବରୂପ ଯଦି ମସାଜ କରୁଥିବା ବ୍ୟକ୍ତିର ମନ ସ୍ଥିର ନଥାଏ ତେବେ ତାଙ୍କୁ ଛୁରୀ ଦିଆଯିବା ଉଚିତ ନୁହେଁ । ନଚେତ ଏହା ନାକାରତ୍ମକ ପ୍ରଭାବ ପକାଇଥାଏ ।

ଛୁରୀରେ ମସାଜ ସମୟରେ ସବୁବେଳେ ସକାରାତ୍ମକ ମନବୃତ୍ତି ସହିତ କାମ କରିବା ଉଚିତ । ଏଥିପାଇଁ ସେମାନଙ୍କୁ ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଇବାକୁ ପଡିଥାଏ । ମେ-ଫାଙ୍ଗ କହିଛନ୍ତି ଯେ ସେ ନିଜ ଟିମ୍ ସହିତ ପ୍ରତିଦିନ ସକାଳ ପାଞ୍ଚ କିମ୍ବା ତା’ପୂର୍ବରୁ ଉଠନ୍ତି । ତା’ପରେ ସେ ବ୍ୟାୟାମ କରନ୍ତି । ଏହାପରେ ସେ ନିଜ କାର୍ଯ୍ୟ ଆରମ୍ଭ କରନ୍ତି ।

ABOUT THE AUTHOR

...view details