ଓଡିଶା

odisha

ETV Bharat / international

କୋରୋନା ବିପଦ: ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନରେ କଥା ହେଲେ ଜିନପିଙ୍ଗ୍‌ - ପୁଟିନ

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଜିନପିଙ୍ଗ କହିଛନ୍ତି ଯେ ଚୀନ୍ ଏବଂ ରୁଷ ଚୀନର ପଡୋଶୀ ଦେଶ। ଭାବରେ କୋରୋନା ମହାମାରୀ ନିରାକରଣର କଠିନ ସମୟରେ ଚୀନ୍‌କୁ ସାହାଯ୍ୟ କରିଥିଲା । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 17, 2020, 10:35 PM IST

ବେଜିଂ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଜିନପିଙ୍ଗ କହିଛନ୍ତି ଯେ ଚୀନ୍ ଏବଂ ରୁଷ ଚୀନର ପଡୋଶୀ ଦେଶ । କୋରୋନା ମହାମାରୀ ନିରାକରଣର କଠିନ ସମୟରେ ଚୀନ୍‌କୁ ସାହାଯ୍ୟ କରିଥିଲା ରୁଷ ।

ଚୀନ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, କୋଭିଡ -19 ବର୍ତ୍ତମାନ ସାରା ବିଶ୍ବରେ ବ୍ୟାପିଛି । ସମସ୍ତ ଦେଶ ମହାମାରୀ ନିରାକରଣର କଠିନ କାର୍ଯ୍ୟର ସମ୍ମୁଖୀନ ହେଉଛନ୍ତି । ଏହା ଭିତରେ ପୁଟିନଙ୍କ ସହ ମାସରେ ଦୁଇଥର ଫୋନରେ କଥା ହୋଇ ମହାମାରୀ ନିରାକରଣରେ ସହଯୋଗ ବିଷୟରେ ଆଲୋଚନା କରିଥିଲୁ ବୋଲି ସେ କହିଛନ୍ତି । ଏହି ସମ୍ବନ୍ଧ ପୁଣିଥରେ ଚୀନ-ରୁଷ ସମ୍ପର୍କକୁ ପରିପ୍ରକାଶ କରିଥିବା ସେ କହିଛନ୍ତି ।

ସେ କହିଛନ୍ତି ଯେ ଆଜିକାଲି ଚୀନ୍ ସରକାର ପଠାଇଥିବା ଏକ ଡାକ୍ତରୀ ବିଶେଷଜ୍ଞ ଦଳ ମସ୍କୋରେ ରୁଷର ଡାକ୍ତରଙ୍କ ସହ କାମ କରୁଛନ୍ତି । ଚୀନ ରୁଷକୁ ଚିକିତ୍ସା ସାମଗ୍ରୀ ସମେତ ଚିକିତ୍ସା ସହାୟତା ଯୋଗାଇବା ଜାରି ରଖିଛି ।

ପୁଟିନ କହିଛନ୍ତି ଯେ କୋଭିଡ -19 ରୋକିବାରେ ଚୀନ୍ ସରକାର ଏବଂ ଚୀନ୍ ଲୋକମାନେ ମିଳିତ ଭାବରେ ମହତ୍ତ୍ବପୂର୍ଣ୍ଣ ଅଗ୍ରଗତି କରିଛନ୍ତି ଏବଂ ଅନ୍ୟ ଦେଶକୁ ସମର୍ଥନ କରିଛନ୍ତି । ମହାମାରୀ ଆରମ୍ଭ ପରେ ଚୀନ୍ ଏବଂ ରୁଷ ପରସ୍ପରକୁ ସହଯୋଗ ଓ ସମର୍ଥନ ଜାରି ରଖିଛନ୍ତି ।

@IANS ଇନପୁଟ

ABOUT THE AUTHOR

...view details