ସିଓଲ: ନିର୍ଦ୍ଧାରିତ ସମୟ ପୂର୍ବରୁ ଦେଶରେ ଶୁକ୍ରବାର ଆରମ୍ଭ ହୋଇଛି ସଂସଦୀୟ ନିର୍ବାଚନ । ଦେଶର କୋରୋନା ଆକ୍ରାନ୍ତମାନେ ବିଶୋଧିତ ପୋଲିଂ ଷ୍ଟେସନରେ ପହଞ୍ଚି ନିଜ ମତ ସାବ୍ୟସ୍ତ କରିଛନ୍ତି । ଏଥିପାଇଁ ଦେଶରେ ସଂକ୍ରମିତଙ୍କ ପାଇଁ 8ଟି ପୋଲିଂ ବୁଥର ବ୍ୟବସ୍ଥା କରାଯାଇଛି ।
ସୂଚନା ମୁତାବକ ଉଭୟ ସିଓଲ ଡାଏଗୁରେ ଏହି 8ଟି ପୋଲିଂ ବୁଥ ସ୍ଥାପନ କରାଯାଇଛି। ଯେଉଁଠି ଚିକିତ୍ସାଧିନ 3 ହଜାର ସଂକ୍ରମିତ ଓ କାର୍ଯ୍ୟରତ 900 ଡାକ୍ତରୀ କର୍ମଚାରୀମାନେ ନିଜ ମତ ସାବ୍ୟସ୍ତ କରିଛନ୍ତି । ପ୍ରକୃତରେ ଏପ୍ରିଲ 15ରେ ସଂସଦୀୟ ନିର୍ବାଚନ ତାରିଖ ନିର୍ଦ୍ଧାରିତ ହୋଇଥିବା ବେଳେ ଆଗୁଆ ନିର୍ବାଚନ କରିବା ଦ୍ବାରା ନିର୍ଦ୍ଧିରିତ ତାରିଖରେ ଲୋକଙ୍କ ଭିଡ କମ ହେବ ବୋଲି ଅଧିକାରୀମାନେ ଆଶା ରଖିଛନ୍ତି । ଏଥିପାଇଁ କୋରୋନା ପରିସ୍ଥିତି ସତ୍ତ୍ବେ ଦେଶରେ ଆଗୁଆ ନିର୍ବାଚନ କରାଯାଇଥିବା ଜଣାପଡିଛି ।