ଓଡିଶା

odisha

ETV Bharat / international

ନୂଆବର୍ଷରେ ପାକିସ୍ତାନରେ ଖୋଲିବ ହିନ୍ଦୁ ମନ୍ଦିର - pakistan news

ନୂଆବର୍ଷରେ ପାକିସ୍ତାନରେ ଖୋଲିବ ହିନ୍ଦୁ ମନ୍ଦିର ‘ପଞ୍ଚତୀର୍ଥ’ । ଜାନୁୟାରୀ ମାସରେ ହିନ୍ଦୁଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ପାକ ସରକାର । ଆଗକୁ ପଢନ୍ତୁ...

panch tirtha temple
ଡିଜାଇନ ଫଟୋ

By

Published : Dec 27, 2019, 12:18 PM IST

ଇସଲାମାବାଦ: ନୂଆ ବର୍ଷରେ ପାକିସ୍ତାନ ସରକାରଙ୍କ ନୂଆ ନିଷ୍ପତ୍ତି । ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ପାକିସ୍ତାନରେ ଖୋଲିବ ହିନ୍ଦୁ ମନ୍ଦିର । ପେଶାବର ସ୍ଥିତ ପଞ୍ଚତୀର୍ଥ ମନ୍ଦିର ଆସନ୍ତା ମାସ ଅର୍ଥାତ ନୂଆବର୍ଷରେ ଖୋଲିବା ପାଇଁ ଚାଲିଛି ପ୍ରୟାସ । ବିଶ୍ବାସ ରହିଛି ଯେ, ପାଣ୍ଡବଙ୍କ ନିର୍ବାସନ ସ୍ଥାନରେ ଏହି ମନ୍ଦିର ନିର୍ମାଣ କରାଯାଇଛି।

ଦେଶ ବିଭାଜନ ପରେ ମନ୍ଦିର ଦ୍ବାରା ବନ୍ଦ କରିଦିଆ ଯାଇଥିଲା । କିନ୍ତୁ ଏହା ପୂର୍ବରୁ ଏହି ସ୍ଥାନକୁ ଜାତୀୟ ଐତିହାସିକ ସ୍ଥଳ ଭାବେ ଘୋଷଣା କରିଦିଆଯାଇଥିଲା । ପଞ୍ଚତୀର୍ଥରେ 5ଟି ପୋଖରୀ ଏବଂ ଏକ ବଡ ଖଜୁରୀ ବଗିଚା ରହିଛି । ଏହି ସ୍ଥାନର ସମ୍ବନ୍ଧ ମହାଭାରତର ପାଣ୍ଡୁଙ୍କ ସହ ରହିଥିବା ବିଶ୍ବାସ ରହିଛି । ପ୍ରତିବର୍ଷ କାର୍ତ୍ତିକ ମାସରେ ଏହି ପୋଖରୀରେ ସ୍ନାନ କରି ଖଜୁରୀ ଗଛ ତଳେ ପୂଜାର୍ଚ୍ଚନା କରିଥାନ୍ତି ହିନ୍ଦୁ ମାନେ ।

ଅକ୍ଟୋବର ମାସରେ ଖୋଲିଥିଲା ଏକ ହଜାର ବର୍ଷ ପୁରୁଣା ଶିବାଲା ତେଜା ସିଂ ମନ୍ଦିର । ହିନ୍ଦୁଙ୍କ ପୂଜା ଉଦ୍ଦେଶ୍ୟରେ ଖୋଲାଯାଇଥିଲା ମନ୍ଦିର । ଜାନୁୟାରୀ ମାସରେ ପଞ୍ଚତୀର୍ଥ ମନ୍ଦିର ପାକିସ୍ତାନ ସରକାରଙ୍କ ଦ୍ବାରା ଖୋଲାଯାଉଥିବା ଦ୍ବିତୀୟ ମନ୍ଦିର ହେବ ।

ABOUT THE AUTHOR

...view details