ଓଡିଶା

odisha

ETV Bharat / international

ସୀମା ଅଭିମୁଖେ ପାକିସ୍ତାନ ଯୁଦ୍ଧ ଟ୍ୟାଙ୍କ !

ପାକ ନିଜ ଯୁଦ୍ଧ ଟ୍ୟାଙ୍କଗୁଡିକ ସିଆଲକୋଟ ସୀମାକୁ ପଠାଇଛି । ଯାହାର ସୂଚନା ପାକିସ୍ତାନର ଏକ ଟ୍ବିଟର ଆକାଉଣ୍ଟରୁ ମିଳିଛି । ମହମ୍ମଦ ସାଦ ନାମକ ଜନୈକ ବ୍ୟକ୍ତି ଟ୍ବିଟ କରି ଏକ ଭିଡିଓ ସେୟାର କରିଛନ୍ତି । ଯେଉଁ ଭିଡିଓରେ ଦେଖାଯାଉଛି ଟ୍ୟାଙ୍କଗୁଡିକ ସିଆଲକୋଟ ବର୍ଡର ଅଭିମୂଖେ ଯାଉଛି ।

By

Published : Feb 21, 2019, 11:57 PM IST

Updated : Feb 22, 2019, 12:04 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକ ସମ୍ପର୍କରେ ବଢିଛି ତିକ୍ତତା । ଭାରତ ପାକକୁ ଉଚିତ ଶିକ୍ଷା ଦେବା ପାଇଁ ନେଉଛନ୍ତି ବିଭିନ୍ନ ପଦକ୍ଷେପ । ଯାହାକୁ ନେଇ ପାକିସ୍ତାନରେ ଭୟର ବାତାବରଣ ଦେଖା ଦେଇଛି । ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିପାରେ ବୋଲି ପାକିସ୍ତାନ ଚିନ୍ତା କରୁଛି ।

ଏହି କାରଣରୁ ପାକ ନିଜ ଯୁଦ୍ଧ ଟ୍ୟାଙ୍କଗୁଡିକ ସିଆଲକୋଟ ସୀମାକୁ ପଠାଇଛି । ଯାହାର ସୂଚନା ପାକିସ୍ତାନର ଏକ ଟ୍ବିଟର ଆକାଉଣ୍ଟରୁ ମିଳିଛି । ମହମ୍ମଦ ସାଦ ନାମକ ଜନୈକ ବ୍ୟକ୍ତି ଟ୍ବିଟ କରି ଏକ ଭିଡିଓ ସେୟାର କରିଛନ୍ତି । ଯେଉଁ ଭିଡିଓରେ ଦେଖାଯାଉଛି ଟ୍ୟାଙ୍କଗୁଡିକ ସିଆଲକୋଟ ବର୍ଡର ଅଭିମୂଖେ ଯାଉଛି ।

ଗୁପ୍ତ ସୂଚନା ଅନୁସାରେ ପାକିସ୍ତାନ ପାକ ଅଧିକୃତ କଶ୍ମୀର(ପିଓକେ)ରୁ ଅନେକ ଗାଁକୁ ଖାଲି କରିଛି । ପାକିସ୍ତାନ ଆଇନ ଅଫ କଣ୍ଟ୍ରୋଲ(ଓଲଓସି) ପାଖରେ ଲୋକଙ୍କ ଯିବା ପାଇଁ ରୋକ ଲଗାଇଛି । ପିଓକେରେ ୧୨୭ଟି ଗାଁକୁ ହାଇ ଆଲର୍ଟରେ ରଖିଛି ପାକ । ଏହାସହ ଏଲଓସିରୁ ପାକ ୪୦ଟି ଗାଁକୁ ଖାଲି କରିଛି ବୋଲି ଜଣାପଡିଛି ।

Last Updated : Feb 22, 2019, 12:04 AM IST

ABOUT THE AUTHOR

...view details