ଓଡିଶା

odisha

ETV Bharat / international

ପାକିସ୍ତାନ-କାବୁଲ ମଧ୍ୟରେ ବିମାନ ଚଳାଚଳ ସାମୟିକ ଭାବେ ସ୍ଥଗିତ - ପିଆଇଏ

ପାକିସ୍ତାନ-କାବୁଲ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି । ଅଧିକ ପଢନ୍ତୁ...

ପାକିସ୍ତାନ-କାବୁଲ ବିମାନ ଚଳାଚଳକୁ ସାମୟିକ ଭାବେ ବାତିଲ
ପାକିସ୍ତାନ-କାବୁଲ ବିମାନ ଚଳାଚଳକୁ ସାମୟିକ ଭାବେ ବାତିଲ

By

Published : Aug 22, 2021, 5:34 PM IST

ଇସଲାମାବାଦ: ପାକିସ୍ତାନ-କାବୁଲ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି ଏବଂ ବର୍ତ୍ତମାନ ସୁଦ୍ଧା କାହାକୁ ସ୍ଥାନାନ୍ତର କରୁନାହିଁ। ରାଷ୍ଟ୍ରାୟତ୍ତ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA) ହେଉଛି ଏକମାତ୍ର ବାଣିଜ୍ୟିକ ବିମାନ କମ୍ପାନୀ ଯାହାକି ଗତ କିଛି ଦିନ ହେବ କାବୁଲକୁ ବିମାନ ଚଳାଚଳ କରୁଥିଲା । ଆଫଗାନରେ ଜଟିଳ ପରିସ୍ଥିତି ସତ୍ତ୍ବେ ଏକମାତ୍ର ବିମାନ ଭାବେ କୂଟନୈତିକ ଏବଂ ବିଦେଶୀ ନାଗରିକଙ୍କୁ ସ୍ଥାନାନ୍ତର କରିବା କ୍ଷେତ୍ରରେ ସହଯୋଗ କରିଥିଲା ।

ସୂତ୍ରରୁ ପ୍ରକାଶ ଯେ, ବିମାନବନ୍ଦରର ଟାର୍ମାକରେ ଥିବା ଆବର୍ଜନା କେତେବେଳେ ବି ଦୁର୍ଘଟଣାର କାରଣ ପାଲଟିପାରେ । କାବୁଲ ବିମାନ ବନ୍ଦରରେ ସୁରକ୍ଷା କେବଳ ଆମେରିକା ସହିତ ଅଛି ଏବଂ ସେମାନେ କେବଳ ସାମରିକ ବିମାନ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ସୂତ୍ରରୁ ପ୍ରକାଶ। ତେଣୁ କାବୁଲ ବିମାନ ବନ୍ଦରରେ ଆବଶ୍ୟକ ସୁବିଧା ନ ଥିବାରୁ ଆଫଗାନିସ୍ତାନକୁ ବିମାନ ଚଳାଚଳ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ।

PIA ମୁଖପାତ୍ର ଅବଦୁଲ୍ଲା ହାଫିଜଙ୍କ ରିପୋର୍ଟ ଅନୁଯାୟୀ, ବିମାନ ଚଳାଚଳ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ହାଫିଜ କହିଛନ୍ତି ଯେ, କାବୁଲ ବିମାନବନ୍ଦରରେ ସମସ୍ତ ଆବଶ୍ୟକୀୟ ସୁବିଧାଗୁଡ଼ିକର ପୁନରୁଦ୍ଧାର ପାଇଁ ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଖୁବ ଶୀଘ୍ର PIA ବିମାନ ଉଡ଼ାଣ କାର୍ଯ୍ୟ ପୁନଃ ଆରମ୍ଭ କରିବ ଏବଂ ୧୫୦୦ ପାକିସ୍ତାନୀ ନାଗରିକ ଓ ସାମ୍ବାଦିକଙ୍କୁ ପାଞ୍ଚଟି ବିମାନରେ ସ୍ଥାନାନ୍ତର କରାଯିବ ।

(PTI)

ABOUT THE AUTHOR

...view details