ଗିଲଗିଟ: ଗିଲଗିଟ-ବାଲ୍ଟିସ୍ତାନର ନୂଆ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି ପାକିସ୍ତାନ ତେହରିକ-ଇ-ଇନସାଫ ନେତା ଖାଲିଦ ଖୁର୍ସିଦ । ଖାଲିଦ ମୋଟ 22 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ବିରୋଧି ଦଳର ପ୍ରାର୍ଥୀ ଅମଜାଦ ହୁସୈନଙ୍କୁ ମିଳିଛି 9 ଖଣ୍ଡ ଭୋଟ । ଅମଜାଦ ପାକିସ୍ତାନ ପିପୁଲ୍ସ ପାର୍ଟି ଓ ପାକିସ୍ତାନ ମୁସଲିମ ଲିଗ ନୱାଜ(PML-N) ପକ୍ଷରୁ ହୋଇଥିଲେ ପ୍ରାର୍ଥୀ ।
ବେଆଇନ ଭାବରେ ଲୋକଙ୍କ ଅନିଚ୍ଛା ସତ୍ତ୍ବେ ଗିଲଗିଟ-ବାଲୁଚିସ୍ତାନରେ ବିଧାନସଭା ନିର୍ବାଚନ ଆୟୋଜିତ କରିଥିଲା ପାକିସ୍ତାନ । ନିକଟରେ ଗିଲଗିଟ-ବାଲୁଚିସ୍ତାନର ବିଧାନସଭା ନିର୍ବାଚନର ସମସ୍ତ ଆସନରେ ଭୋଟ ଗ୍ରହଣ ହୋଇଥିଲା । ଗିଲଗିଟ-ବାଲ୍ଟିସ୍ତାନରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଭାରତ ପାକିସ୍ତାନକୁ ନିନ୍ଦା କରିଥିଲା । ବେଆଇନ ଭାବେ ଭାରତର କିଛି ଅଂଶକୁ ପାକିସ୍ତାନର ଜବରଦଖଲକୁ ନେଇ ତୀବ୍ର ନିନ୍ଦା କରିଥିଲା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ।