ଇସଲାମାବାଦ: ସର୍ବଦା ମାନବାଧିକାର ହନନ କରୁଥିବା ପାକିସ୍ତାନ ଏବେ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ଆଉ ଏକ ପଦବୀ ପାଇବାକୁ ବ୍ୟାକୁଳ ହେଉଛି । ଏନେଇ ସେ ଜାତିସଂଘକୁ ପ୍ରସ୍ତାବ ଦେଇଛି ।
ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ନିର୍ବାଚନ ଲଢିବ ପାକିସ୍ତାନ - ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ
ଆସନ୍ତା 2021-23 କାର୍ଯ୍ୟକାଳ ପାଇଁ ଏସିଆ ପାସିଫିକ୍ ଗ୍ରୁପ୍ ଲାଗି ସଂରକ୍ଷିତ ଚାରିଟି ଆସନ ମଧ୍ୟରୁ ଦେଶ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଜାତିସଂଘରେ ପାକିସ୍ତାନୀ ମିଶନ କହିଛି ।
ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ
ରେଡିଓ ପାକିସ୍ତାନ ଅନୁଯାୟୀ, ଆସନ୍ତା 2021-23 କାର୍ଯ୍ୟକାଳ ପାଇଁ ଏସିଆ ପାସିଫିକ୍ ଗ୍ରୁପ୍ ଲାଗି ସଂରକ୍ଷିତ ଚାରିଟି ଆସନ ମଧ୍ୟରୁ ଦେଶ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଜାତିସଂଘରେ ପାକିସ୍ତାନୀ ମିଶନ କହିଛି । ତେବେ କୌତୁହଳର ବିଷୟ ହେଉଛି, 2006 ମସିହାରେ ଯେତେବେଳେ ପାକିସ୍ତାନ UNHRCର ପ୍ରତିଷ୍ଠିତ ସଦସ୍ୟ ଥିଲା । ସଦସ୍ୟ ଭାବରେ ତାର ମାନବିକ ଅଧିକାରର ରେକର୍ଡ ଖୁବ ଖରାପ ଥିଲା । ଯାହାକୁ ନେଇ UNCHRକୁ ଖୁବ ସମାଲୋଚନା କରାଯାଇଥିଲା ।