ଓଡିଶା

odisha

ETV Bharat / international

ଇରାନ ସହ ସଂଯୋଗ କରୁଥିବା 4ଟି ପଏଣ୍ଟ ଖୋଲିଲା ପାକିସ୍ତାନ

ପାକିସ୍ତାନର ଅନ୍ତରୀଣ ମନ୍ତ୍ରଣାଳୟର ସୂଚନା ମୁତାବକ ଦକ୍ଷିଣ ତୁରବାତ କର୍ପର ଇନସ୍ପେକ୍ଟର ଜେନେରାଲ ଓ ସଂଘୀୟ ତଦନ୍ତକାରୀ ସଂସ୍ଥା(ଏଫଆଇଏ)ର ଡାଇରେକ୍ଟର ଜେନେରାଲଙ୍କ ନିର୍ଦ୍ଦେଶ କ୍ରମେ ଗୁବ୍ଦ, ମନ୍ଦ, କାଟାଗୁର ଓ ଚାଗାଇ ନାମକ 4ଟି ଇରାନ ସଂଯୋଗୀକରଣ ପଏଣ୍ଟ ରବିବାର ଖୋଲାଯାଇଛି । ଅଧିକ ପଢନ୍ତୁ...

pakistan latest news, pakistan border connecting iran, pakistan reopens border with iran, pakistan-iran border reopens, ପାକିସ୍ତାନ ଲାଟେଷ୍ଟ ନ୍ୟୁଜ୍‌, ଇରାନ ସଂଯୋଗକାରୀ ପାକିସ୍ତାନୀ ସୀମା, ଇରାନ ସହ ସୀମା ଖୋଲିଲା ପାକିସ୍ତାନ, ପାକିସ୍ତାନ-ଇରାନ ସୀମା କାରବାର ସ୍ବାଭାବିକ
ଇରାନ ସହ ସଂଯୋଗ କରୁଥିବା 4ଟି ପଏଣ୍ଟ ଖୋଲିଲା ପାକିସ୍ତାନ

By

Published : Jul 6, 2020, 3:29 AM IST

ଇସଲାମାବାଦ: କୋରୋନାର ଭୟଙ୍କର ସ୍ଥିତି ସତ୍ତ୍ବେ ପଡୋଶୀ ଇରାନ ସହ ସୀମା ଖୋଲିବା ନେଇ ଘୋଷଣା କରିଛି ପାକିସ୍ତାନ । ଇରାନକୁ ସଂଯୋଗ କରୁଥିବା 4ଟି ପଏଣ୍ଟ ରବିବାର ଖୋଲିଯାଇଥିବା ନେଇ ସୂଚନା ମିଳିଛି । ବାଲୋଚିସ୍ତାନସ୍ଥିତ ଏହି 4ଟି ପଏଣ୍ଟକୁ ବ୍ୟବସାୟ ଉଦ୍ଦେଶ୍ୟରେ ଖୋଲାଯାଇଥିବା ବେଳେ ଏହା ସପ୍ତାହେ ବ୍ୟାପୀ ଖୋଲା ରହିବା ନେଇ ଜଣାପଡିଛି ।

ପାକିସ୍ତାନର ଅନ୍ତରୀଣ ମନ୍ତ୍ରଣାଳୟର ସୂଚନା ମୁତାବକ ଦକ୍ଷିଣ ତୁରବାତ କର୍ପର ଇନସ୍ପେକ୍ଟର ଜେନେରାଲ ଓ ସଂଘୀୟ ତଦନ୍ତକାରୀ ସଂସ୍ଥା(ଏଫଆଇଏ)ର ଡାଇରେକ୍ଟର ଜେନେରାଲଙ୍କ ନିର୍ଦ୍ଦେଶ କ୍ରମେ ଗୁବ୍ଦ, ମନ୍ଦ, କାଟାଗୁର ଓ ଚାଗାଇ ନାମକ 4ଟି ଇରାନ ସଂଯୋଗୀକରଣ ପଏଣ୍ଟ ରବିବାର ଖୋଲାଯାଇଛି । ଏନେଇ ଗୁରୁବାର ଜାତୀୟ କମାଣ୍ଡ ଓ ଅପରେସନ ସେଣ୍ଟରରେ ଏକ ବୈଠକର ଆୟୋଜନ ହୋଇଥିଲା । ଯେଉଁଥିରେ ଜୁଲାଇ 5ରୁ ସପ୍ତାହେ ପର୍ଯ୍ୟନ୍ତ ଏହି 4ଟି ପଏଣ୍ଟ ଖୋଲିବା ପାଇଁ ଆଲୋଚନା ହୋଇଥିଲା ।

କେବଳ ବ୍ୟାବସାୟିକ ଉଦ୍ଦେଶ୍ୟରେ ଆମଦାନୀ ଓ ରପ୍ତାନୀ ପାଇଁ ଏହି ପଏଣ୍ଟଗୁଡକର ବ୍ୟବହାର କରାଯିବ । ଏଥିରେ କୋରୋନା ସଂକ୍ରମଣରୁ ରକ୍ଷା ପାଇଁ ସମସ୍ତ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିଯିବା ପାଇଁ ନିର୍ଦ୍ଦେଶ ରହିଛି । ତେବେ ଫେବୃଆରୀ 24ରୁ ଏହି ସୀମା ସବୁ ବନ୍ଦ ରହିଥିଲା ।

@IANS

ABOUT THE AUTHOR

...view details