ଓଡିଶା

odisha

ମସଜିଦରେ ଗାଇଡଲାଇନ କଡାକଡି କରିବାକୁ ପାକ୍ ସରକାରଙ୍କ ନିର୍ଦ୍ଦେଶ

By

Published : Apr 25, 2020, 7:53 PM IST

ସରକାର ପ୍ରଥମେ ରମଜାନ ବେଳେ ସମସ୍ତ ମସଜିଦରେ କଟକଣା ଲଗାଇବାକୁ ସ୍ଥିର କରିଥିଲେ । ହେଲେ କଠୋର ବିରୋଧ ପରେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି । ଅଧିକ ପଢନ୍ତୁ...

ମସଜିଦରେ ଗାଇଡଲାଇନ କଡାକଡି କରିବାକୁ ପାକ୍ ସରକାରଙ୍କ ନିର୍ଦ୍ଦେଶ
ମସଜିଦରେ ଗାଇଡଲାଇନ କଡାକଡି କରିବାକୁ ପାକ୍ ସରକାରଙ୍କ ନିର୍ଦ୍ଦେଶ

ଇସଲାମାବାଦ: ପାକିସ୍ତାନରେ ଶନିବାର ଠାରୁ ରମଜାନ ମାସ ଆରମ୍ଭ ହୋଇଯାଇ ଥିବାବେଳେ ଲୋକେ ମସଜିଦ ଯିବା ଆରମ୍ଭ କରିଛନ୍ତି । ଏନେଇ ପାକ୍ ସରକାର ଲୋକଙ୍କୁ ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋରୋନା ଯୋଗୁଁ ଦେଶରେ ପରିସ୍ଥିତି ଖରାପ ହୋଇଥିବାବେଳେ ନିୟମକୁ କଡାକଡି ପାଳିବା ପାଇଁ ସରକାର କହିଛନ୍ତି ।

ଏପର୍ଯ୍ୟନ୍ତ ପାକିସ୍ତାନରେ ପ୍ରାୟ 12 ହଜାର ଲୋକ କୋଭିଡ 19ର ଶିକାର ହୋଇଛନ୍ତି । ତେବେ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ ଲୋକେ ରମଜାନବେଳେ ମସଜିଦ ଯିବାକୁ ଜିଦ ଧରିଛନ୍ତି । ଏପରିକି କିଛି ମୌଲବୀ ଏନେଇ ସରକାରଙ୍କ କଟକଣାକୁ ସମାଲୋଚନା କରିଛନ୍ତି । ଏସବୁ ଦୃଷ୍ଟିରୁ ଶନିବାର ଠାରୁ ଅନେକ ଲୋକ ମସଜିଦରେ ଭିଡ ଲଗାଇପାରନ୍ତି । ଏଥିପାଇଁ ସରକାର ଜାରି ହୋଇଥିବା ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସରକାର ପ୍ରଥମେ ରମଜାନ ବେଳେ ସମସ୍ତ ମସଜିଦରେ କଟକଣା ଲଗାଇବାକୁ ସ୍ଥିର କରିଥିଲେ । ହେଲେ କଠୋର ବିରୋଧ ପରେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି । ଏହାସହ ପ୍ରାର୍ଥନାବେଳେ ଅଳ୍ପ ସଂଖ୍ୟାରେ ଉପସ୍ଥିତ ରହିବାକୁ ସରକାର ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ମସଜିଦରେ ମଧ୍ୟ ପ୍ରତିଷେଧକ ବ୍ୟବସ୍ଥା ନେବାକୁ କୁହାଯାଇଛି ।

ପୂର୍ବରୁ ଶୁକ୍ରବାର ପାକ୍ ସରକାର ଦେଶରେ ମେ 9 ଯାଏଁ ଆଂଶିକ ଭାବେ ଲକଡାଉନ ଲାଗୁ କରିଛନ୍ତି । ସମ୍ପୂର୍ଣ୍ଣ ଲାଗୁ କଲେ ଗରିବ ଲୋକେ ଅସୁବିଧା ଭୋଗିବେ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟ୍ବିଟ କରି କହିଛନ୍ତି । ଏବେ ଯାଏଁ ପାକିସ୍ତାନରେ 253 ଲୋକଙ୍କ କୋରୋନାରେ ମୃତ୍ୟୁ ହୋଇଛି । ସେହିପରି 2755 ଜଣ ସୁସ୍ଥ ହୋଇଛନ୍ତି । ପଞ୍ଜାବରେ ସର୍ବାଧିକ 5046 ଜଣ କୋଭିଡ 19ର ଶିକାର ହୋଇଛନ୍ତି । ଏହା ପଛକୁ ସିନ୍ଧରେ 3945, ଖାଏବର-ପଖଟୁନଖ୍ବାରେ 1708 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ABOUT THE AUTHOR

...view details