ଇସଲାମାବାଦ: ବାତ୍ୟା ଅମ୍ଫାନରେ କ୍ଷୟକ୍ଷତି ନେଇ ପାକିସ୍ତାନ ପକ୍ଷରୁ ସମବେଦନା ପ୍ରକାଶ କରାଯାଇଛି । ଏଥିରେ ମୃତ ଲୋକଙ୍କ ପରିବାରକୁ ଗଭୀର ସମବେଦନା ଦେବା ସହ କ୍ଷୟକ୍ଷତି ପାଇଁ ଦୁଃଖ ପ୍ରକାଶ କରିଛି । ଏନେଇ ପାକ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।
ବାତ୍ୟା ଅମ୍ଫାନରେ କ୍ଷୟକ୍ଷତି ନେଇ ପାକିସ୍ତାନର ସମବେଦନା
ପାକ୍ କହିଛି ଯେ ଭାରତ ଓ ବାଂଲାଦେଶରେ ଅମ୍ଫାନର ପ୍ରଳୟଙ୍କାରୀ ତାଣ୍ଡବ ପାଇଁ ଆମେ ଦୁଃଖିତ । ଏଥିରେ ହୋଇଥିବା କ୍ଷୟକ୍ଷତି ଚିନ୍ତାଜନକ । ଅଧିକ ପଢନ୍ତୁ...
ପାକ୍ କହିଛି ଯେ ଭାରତ ଓ ବାଂଲାଦେଶରେ ଅମ୍ଫାନର ପ୍ରଳୟଙ୍କାରୀ ତାଣ୍ଡବ ପାଇଁ ଆମେ ଦୁଃଖିତ । ଏଥିରେ ହୋଇଥିବା କ୍ଷୟକ୍ଷତି ଚିନ୍ତାଜନକ । ବାତ୍ୟାରେ ପ୍ରଭାବିତ ପରିବାରକୁ ସମବେଦନା ଜଣାଉଛୁ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ପାକ୍ ସରକାର ଗଭୀର ସମବେଦନା ଦେଇଛନ୍ତି । ସେହିପରି ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଆଇସା ଫାରୁଖି କହିଛନ୍ତି ।
ପ୍ରକାଶ ଥାଉ କି ପଶ୍ଚିମବଙ୍ଗରେ ବୁଧବାର ଲ୍ୟାଣ୍ଡଫଲ କରି ଅମ୍ଫାନ ତାଣ୍ଡବ ରଚିଥିଲା । ଏଥିରେ ଅତିକମରେ 72 ଜଣଙ୍କର ପ୍ରାଣ ଯାଇଥିଲା । ସେହିପରି ବାଂଲାଦେଶରେ 26ଟି ଜିଲ୍ଲାରେ ବାତ୍ୟା ପ୍ରଭାବ ପକାଇଥିଲା । ଏଥିରେ ପ୍ରାୟ 1100 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ରହିଛି । ପ୍ରାୟ 20 ଜଣ ଏଥିରେ ପ୍ରାଣ ହରାଇଛନ୍ତି । ସେହିପରି ଉତ୍ତର ଓ ପଶ୍ଚିମ ବାଂଲାଦେଶର କୋଟି କୋଟି ଲୋକ ବିନା ଇଲେକ୍ଟ୍ରିସିଟିରେ ଏବେ ରହୁଥିବା ଜଣାପଡିଛି ।