ଓଡିଶା

odisha

ETV Bharat / international

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ କୋର୍ଟରୁ ନୋଟିସ

ପାକ୍ତିସ୍ତାନ ତହରିଫ-ଏ-ଇନସାଫ((PMLN)ର ଅଧ୍ୟକ୍ଷ ଶାହବାଜ ଶରୀଫ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ମାନହାନୀ ମାମଲାରେ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ପାକିସ୍ତାନ କୋର୍ଟଙ୍କ ନୋଟିସ । ଅଧିକ ପଢନ୍ତୁ...

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ କୋର୍ଟରୁ ନୋଟିସ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ କୋର୍ଟରୁ ନୋଟିସ

By

Published : Jun 7, 2020, 2:30 AM IST

ଲାହୋର: ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଏକ ମାନହାନୀ ମାମଲାରେ ନୋଟିସ ଜାରି କରିଛି ପାକିସ୍ତାନ କୋର୍ଟ । ପାକ୍ତିସ୍ତାନ ତହରିଫ-ଏ-ଇନସାଫ((PMLN)ର ଅଧ୍ୟକ୍ଷ ଶାହବାଜ ଶରୀଫ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୋଧରେ କୋର୍ଟରେ ମାନହାନୀ ମାମଲା ରୁଜୁ କରିଥିଲେ । ପ୍ରଧାନମନ୍ତ୍ରୀ ଇମ୍ରାନ ଏପ୍ରିଲ 2017ରେ ଶାହବାଜଙ୍କ ଉପରେ ଲାଞ୍ଚ ନେବାର ଅଭିଯୋଗ ଆଣିଥିଲେ ।

ଇମରାନ ଅଭିଯୋଗ କରିଥଇଲେ ଯେ ଶାହବାଜ ତାଙ୍କ ବଡ଼ ଭାଇ 70 ବର୍ଷ ବୟସ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ବିରୋଧରେ ସୁପ୍ରିମକୋର୍ଟରେ ବିଚାରଧିନ ପାନାମା ପେପର ମାମଲା ପ୍ରତ୍ୟାହାର କରିବା ପାଇଁ ଜଣେ ସାଧାରଣ ବନ୍ଧୁଙ୍କ ମାଧ୍ୟମରେ 61 ମିଲିୟନ ଡ଼ଲାର ଲାଞ୍ଚ ପ୍ରଦାନ କରିଥିଲେ । ତେବେ ଏହି ମାମଲା 3 ବର୍ଷ ଧରି କୋର୍ଟରେ ବିଚାରଧିନ ରହିବା ପରେ ଶନିବାର ଇମ୍ରାନଙ୍କୁ କୋର୍ଟଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି ।

ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ର ସୁପ୍ରିମୋ ଶରୀଫ ବର୍ତ୍ତମାନ ଚିକିତ୍ସା ପାଇଁ ଲଣ୍ଡନରେ ଅଛନ୍ତି । ସେ ପାନାମା ପେପର ମାମଲାରେ 2017ରେ ପାକିସ୍ତାନ ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ପ୍ରଧାନମନ୍ତ୍ରୀ ପଦରୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଶରୀଫଙ୍କ ବିରୋଧରେ ଆଭେନଫିଲ୍ଡ ସମ୍ପତ୍ତି, ଫ୍ଲାଗସିପ୍ ନିବେଶ ଏବଂ ଅଲ-ଅଜିଜିଆ ଷ୍ଟିଲ୍ ମିଲ୍ ଆଦି 3ଟି ମାମଲା ରହିଛି ।

ଏହି ମାମଲାରେ ମୋଟ 60ଟି ଶୁଣାଣିରେ ଇମରାନଖାନଙ୍କ ଓକିଲ 33 ଥର ସ୍ଥଗିତାଦେଶ ମାଗିଥିଲେ । ଶେଷ ଶୁଣାଣିରେ କୋର୍ଟଙ୍କ ପକ୍ଷରୁ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ଓକିଲ ଉପଦେଷ୍ଟା ବାବର ଆୱାନ COVID-19 କାରଣରୁ ଇସଲାମାବାଦରୁ ଲାହୋର ଆସିପାରିନଥିଲେ । ଏଥିପାଇଁ କୋର୍ଟ ଏହି ମାମଲାକୁ ଜୁନ 22 ପର୍ଯ୍ୟନ୍ତ ସ୍ଥିଗତି ରଖିଛନ୍ତି । ତେବେ କୋର୍ଟରେ ଶାହବାଜଙ୍କ ପକ୍ଷ ଶୁଣିବା ପରେ ଅତିରିକ୍ତ ଜିଲ୍ଲା ଜଜ୍ ସୋହେଲ ଅଞ୍ଜୁମ୍ ପ୍ରଧାନମନ୍ତ୍ରୀ ଖାନଙ୍କୁ ଏକ ଲିଖିତ ଉତ୍ତର ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି ।

@PTI

ABOUT THE AUTHOR

...view details