ଓଡିଶା

odisha

ETV Bharat / international

ପାକିସ୍ତାନର ଔଦ୍ଧତାମୀ: 6 ମାସରେ 2000ରୁ ଅଧିକ ଅସ୍ତ୍ରବିରତି ଉଲ୍ଲଙ୍ଘନ - କୋରୋନା ମୁକାବିଲା

ପ୍ରତିରକ୍ଷା ବିଭାଗ ମୁଖପାତ୍ରଙ୍କ ଅନୁସାରେ ଗତ 6 ମାସରୁ କମ ସମୟ ମଧ୍ୟରେ ପାକ୍ ସେନା ସୀମାରେ ପ୍ରାୟ 2000ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଚଳିତ ବର୍ଷ ଏହି ସଂଖ୍ୟା ଚିନ୍ତାଜନକ ଓ ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ପାକିସ୍ତାନର ଔଦ୍ଧତାମୀ: 6 ମାସରେ 2000ରୁ ଅଧିକ ଅସ୍ତ୍ରବିରତି ଉଲ୍ଲଙ୍ଘନ
ପାକିସ୍ତାନର ଔଦ୍ଧତାମୀ: 6 ମାସରେ 2000ରୁ ଅଧିକ ଅସ୍ତ୍ରବିରତି ଉଲ୍ଲଙ୍ଘନ

By

Published : Jun 14, 2020, 12:46 AM IST

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ କୋରୋନା ସ୍ଥିତି ଭୟଙ୍କର ପାଲଟିଛି । ସେପଟେ ସୀମାରେ ପାକିସ୍ତାନ ନିଜ ବଦମାସୀ ଜାରି ରଖିଛି । ନିଜେ ମଧ୍ୟ କୋରୋନା ଦ୍ବାରା ପ୍ରଭାବିତ ହୋଇଥିଲେ ମଧ୍ୟ ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ଜାରି ରଖିଛି ।

ପ୍ରତିରକ୍ଷା ବିଭାଗ ମୁଖପାତ୍ରଙ୍କ ଅନୁସାରେ ଗତ 6 ମାସରୁ କମ ସମୟ ମଧ୍ୟରେ ପାକ୍ ସେନା ସୀମାରେ ପ୍ରାୟ 2000ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଚଳିତ ବର୍ଷ ଏହି ସଂଖ୍ୟା ଚିନ୍ତାଜନକ ଓ ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି । କାରଣ ପୂର୍ବ ବର୍ଷ ତୁଳନାରେ ଏହି ସଂଖ୍ୟା ଖୁବ୍ ଅଧିକ । ଏପରିକି 2018ରେ ବର୍ଷ ବ୍ୟାପୀ ପାକ୍ ସେନାଙ୍କ ଅସ୍ତ୍ରବିରତି ଉଲ୍ଲଙ୍ଘନ ସଂଖ୍ୟା ଏହାଠାରୁ କମ ରହିଛି ବୋଲି ସେ କହିଛନ୍ତି ।

ବର୍ଷର ପ୍ରଥମାର୍ଦ୍ଧରେ ଏପରି ସଂଖ୍ୟା ସବୁଠାରୁ ଅଧିକ ଚିନ୍ତାଜନକ । କାରଣ ଏପରି ସମୟରେ ଭାରତୀୟ ସେନା ମଧ୍ୟ କୋରୋନା ମୁକାବିଲାରେ ସରକାରଙ୍କୁ ସାହାଯ୍ୟ କରୁଛି । ସେହିପରି କାଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ସହ ଅନେକ ଥର ଏନକାଉଣ୍ଟର ମଧ୍ୟ ହୋଇଛି । ତେବେ ଏପରି ସମୟରେ ପାକ୍ ସେନାଙ୍କ ଅକାରଣେ ଅସ୍ତ୍ରବିରତି ଉଲ୍ଲଙ୍ଘନ ଭାରତୀୟ ସେନାକୁ ଚିନ୍ତାରେ ପକାଇଛି ବୋଲି ମୁଖପାତ୍ର କହିଛନ୍ତି । ତେବେ ଭାରତୀୟ ସେନା ମଧ୍ୟ ପ୍ରତି ଉଲ୍ଲଙ୍ଘନର କଡା ଜବାବ ଦେଇଛି ବୋଲି ସେ କହିଛନ୍ତି । ପ୍ରକାଶ ଥାଉ କି ଶୁକ୍ରବାର ପାକ୍ ସେନା ଗୋଟିଏ ଦିନରେ ସର୍ବାଧିକ 4 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ପୁଞ୍ଚ, ରଜୌରୀ ଏବଂ ବାରମୂଲା ଜିଲ୍ଲାର ବିଭିନ୍ନ ସେକ୍ଚରରେ ଏହି ଆକ୍ରମଣ କରିଛି ପାକ୍ ସେନା ।

ABOUT THE AUTHOR

...view details