ଓଡିଶା

odisha

By

Published : Jul 25, 2021, 10:55 PM IST

ETV Bharat / international

ଭାରତୀୟ ଅଗ୍ରଣୀ ବ୍ୟବସାୟୀଙ୍କ କାନ୍ଧରେ ଆବୁଧାବୀ ବିଜନେସ ଭାର

ଆବୁଧାବୀର ମୁଖ୍ୟ ସରକାରୀ ବ୍ୟବସାୟୀକ ସଂସ୍ଥାର ଉପାଧ୍ୟକ୍ଷ (vice-chairman) ନିଯୁକ୍ତ ହୋଇଛନ୍ତି ଭାରତର ଅଗ୍ରଣୀ ବ୍ୟବସାୟୀ ୟୁସୁଫ ଅଲି ଏମଏ । ଅଧିକ ପଢନ୍ତୁ...

ଭାରତୀୟ ଅଗ୍ରଣୀ ବ୍ୟବସାୟୀଙ୍କ କାନ୍ଧରେ ଆବୁଧାବୀ ବିଜନେସ ଭାର
ଭାରତୀୟ ଅଗ୍ରଣୀ ବ୍ୟବସାୟୀଙ୍କ କାନ୍ଧରେ ଆବୁଧାବୀ ବିଜନେସ ଭାର

ଆବୁଧାବୀ: ୟୁନାଇଟେଡ ଆରବ ଏମିରେଟର ରାଜଧାନୀ ଆବୁଧାବୀର ମୁଖ୍ୟ ସରକାରୀ ବ୍ୟବସାୟୀକ ସଂସ୍ଥାର ଉପାଧ୍ୟକ୍ଷ (vice-chairman) ନିଯୁକ୍ତ ହୋଇଛନ୍ତି ଭାରତର ଅଗ୍ରଣୀ ବ୍ୟବସାୟୀ ୟୁସୁଫ ଅଲି ଏମଏ । ଆବୁଧାବୀର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ଅଲ ନାହୟାନ ପ୍ରବାସୀ ଭାରତୀୟ ୟୁସୁଫଙ୍କୁ କରିଛନ୍ତି ନିଯୁକ୍ତ ।

ଏହି ସଂଗଠନ ୟୁଏଇର ରାଜଧାନୀ ଆବୁଧାବୀରୁ ହେଉଥିବା ସମସ୍ତ ବ୍ୟବସାୟୀକ କାରବାରର ସର୍ବୋଚ୍ଚ ସରକାରୀ ସଂଗଠନ । ଏହାର ୨୯ ଜଣିଆ ନିର୍ଦ୍ଦେଶକମଣ୍ଡଳୀରେ ୟୁସଫ ଅଲି ଏକମାତ୍ର ଭାରତୀୟ ସଦସ୍ୟ ।

କେରଳରେ ଜନ୍ମିତ ୬୫ ବର୍ଷୀୟ ୟୁସୁଫ ଅଲି ଆବୁଧାବୀ ସ୍ଥିତ ଲୁ ଲୁ ଗ୍ରୁପର ଅଧ୍ୟକ୍ଷ ଓ ପ୍ରବନ୍ଧକ ନିର୍ଦ୍ଦେଶକ ଅଛନ୍ତି । ଏହି ଗ୍ରୁପ ଅନେକ ଦେଶରେ ହାଇପର ଓ ରିଟେଲ ମାର୍କେଟକୁ ପରିଚାଳିତ କରିଥାଏ ।

ଆବୁଧାବୀ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ADCCI)ର ନୂତନ ନିର୍ଦ୍ଦେଶକ ବୋର୍ଡକୁ କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ଅନୁମୋଦନ କରିଛନ୍ତି। ଏହାର ମୁଖ୍ୟ ଅବଦୁଲ୍ଲା ମହମ୍ମଦ ଅଲ ମଜରୁଇ ହୋଇଥିବାବେଳେ ୟୁସୁଫ ଅଲିଙ୍କୁ ଉପମୁଖ୍ୟ ନିଯୁକ୍ତ କରାଯାଇଛି ।

ଚଳିତ ବର୍ଷ ଏପ୍ରିଲରେ ୟୁସୁଫ ଅଲି ଏମଙ୍କୁ କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଥିଲେ । ପାଖାପାଖି 4.7 ଆରବ ଡଲାର ସମ୍ପତ୍ତିର ଅଧିକାରୀ ୟୁସୁଫ ୟୁଏଇର ସବୁଠୁ ଧନୀ ପ୍ରବାସୀ ଭାରତୀୟ ।

ABOUT THE AUTHOR

...view details