ସିଓଲ: ପ୍ରତିବର୍ଷ ଉତ୍ତର କୋରିଆରେ ପାଳନ ହୁଏ ସଂସ୍ଥାପକ କିମ ଟୁ ସଙ୍ଗଙ୍କ ଜନ୍ମବାର୍ଷିକି । ଏପ୍ରିଲ 15ରେ ପାଳନ ହେଉଥିବା ଏହି ଉତ୍ସବରେ ଉତ୍ତର କୋରିଆବାସୀ ଦେଶ ଗଠନ ଓ ସୁଦୃଢୀକରଣରେ ସଙ୍ଗ ଓ ତାଙ୍କୁ ପୁଅ କିମ ଜଙ୍ଗ ଟୁଙ୍କ ଅବଦାନକୁ ମନେ ପକାଇଥାଆନ୍ତି । ଏମିତିରେ ଏହ ଉତ୍ସବରେ ବର୍ତ୍ତମାନର ମୁଖ୍ୟ କିମ ଜଙ୍ଗ ଉନଙ୍କ ଉପସ୍ଥିତି ପିଢିର ପରମ୍ପରାକୁ ଆଗକୁ ବହନ କରିବା ନେଇ ଏକ ସଙ୍କେତ ବୋଲି କୁହାଯାଏ ।
ପାରିବାରିକ ପ୍ରଥାରୁ ଦୂରାଉଛନ୍ତି କିମ ଜଙ୍ଗ ଉନ - କିମ ଜଙ୍ଗ ଉନ
ସେ ଦେଖିବା ପାଇଁ ନିଜ ଜେଜେବାପା ତଥା କିମ ଟୁ ସଙ୍ଗଙ୍କ ପରି ଦେଖାଯାଆନ୍ତି ସତ ହେଲେ ଆଜି ପର୍ଯ୍ୟନ୍ତ ସେ ନିଜ ବାପା କିମ ଜଙ୍ଗ ଟୁ କିମ୍ବା ଜେଜେବାପା କିମ ଟୁ ସଙ୍ଗଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ମୁଣ୍ଡ ନୁଆଇଁଥିବା ଦେଖାଯାଇନାହିଁ । ଅଧିକ ପଢ଼ନ୍ତୁ...
କିନ୍ତୁ ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ଦେଇ କିମ ଜଙ୍ଗ ଉନ ଏହି ଉତ୍ସବରୁ ନିଜକୁ ଦୂରେଇ ରଖିଛନ୍ତ । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହି ଦିନଟି ଉତ୍ତର କୋରିଆ ଇତିହାସରେ ଅତି ଗୁରୁତ୍ବ ବହନ କରୁଥିବା ବେଳେ କିମ ଜଙ୍ଗ ଉନଙ୍କ ଅନୁପସ୍ଥିତି ଦୀର୍ଘ ବର୍ଷର ପରମ୍ପରାକୁ ପ୍ରତିହତ କରିଛି । ତେବେ ଏହା ପଛରେ କିମ ଜଙ୍ଗ ଉନଙ୍କ ଏକଛତ୍ରବାଦିତା ନୀତି ଦାୟୀ ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ସେପଟେ ଅନେକ ଏହା ମଧ୍ୟ କହିଛନ୍ତି କି କିମ ଜଙ୍ଗ ଉନଙ୍କ କାର୍ଯ୍ୟ ପ୍ରଣାଳୀ ଆରମ୍ଭରୁ ହିଁ ଭିନ୍ନ ରହିଆସିଛି । ସେ ପାରିବାରିକ ପ୍ରଥାରୁ ବାହାରି ଭିନ୍ନତା ସୃଷ୍ଟି କରିଛନ୍ତି । ସେ ଦେଖିବା ପାଇଁ ନିଜ ଜେଜେବାପା ତଥା କିମ ଟୁ ସଙ୍ଗଙ୍କ ପରି ଦେଖାଯାଆନ୍ତି ସତ ହେଲେ ଆଜି ପର୍ଯ୍ୟନ୍ତ ସେ ନିଜ ବାପା କିମ ଜଙ୍ଗ ଟୁ କିମ୍ବା ଜେଜେବାପା କିମ ଟୁ ସଙ୍ଗଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ମୁଣ୍ଡ ନୁଆଇଁଥିବା ଦେଖାଯାଇନାହିଁ ।