ଓଡିଶା

odisha

ETV Bharat / international

କୋରୋନା ମୁକାବିଲା; ଉତ୍ତର କୋରିଆରେ କଡାକଡି ସୀମା କଟକଣା

କୋରୋନା ମୁକାବିଲା ପାଇଁ ସୁରକ୍ଷା ପଦକ୍ଷେପ କଡାକଡି କରିଛି ଉତ୍ତର କୋରିଆ । ଏନେଇ ସୀମା କଟକଣା ମଧ୍ୟ କଡାକଡି କରାଯାଇଥିବା ସ୍ପଷ୍ଟ ହୋଇଛି ।

corona update in north korea, corona fight in north korea, new restrictions in north korea, north korea closes border, ଉତ୍ତର କୋରିଆରେ କୋରୋନା ଅପଡେଟ, ଉତ୍ତର କୋରିଆରେ କୋରୋନା ମୁକାବିଲା, ଉତ୍ତର କୋରିଆରେ ନୂଆ ପ୍ରତିବନ୍ଧକ, ଉତ୍ତର କୋରିଆରେ ସୀମା ସିଲ୍‌
କୋରୋନା ମୁକାବିଲା; ଉତ୍ତର କୋରିଆରେ କଡାକଡି ସୀମା କଟକଣା

By

Published : Jul 8, 2020, 6:14 AM IST

ସିଓଲ: କୋରୋନା ମୁକାବିଲା ପାଇଁ ସୁରକ୍ଷା ପଦକ୍ଷେପ କଡାକଡି କରିଛି ଉତ୍ତର କୋରିଆ । ଏନେଇ ସୀମା କଟକଣା ମଧ୍ୟ କଡାକଡି କରାଯାଇଥିବା ସ୍ପଷ୍ଟ ହୋଇଛି । କିଛି ଦିନ ତଳେ ସର୍ବୋଚ୍ଚ ନେତା କିମ ଜଙ୍ଗ ଉନ ଏକ ବୈଠକରେ ଏନେଇ ଆଲୋଚନା କରିବା ସହ ଦେଶବାସୀଙ୍କୁ ଯଥା ସମ୍ଭବ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ । କିମ୍‌ଙ୍କ ଆହ୍ବାନ ପରେ ଦେଶରେ ସମସ୍ତ କଟକଣାକୁ ଅଧିକ କଡାକଡି କରାଯାଇଛି ।

ସୂଚନା ଅନୁଯାୟୀ ଗତ ସପ୍ତାହରେ କିମ୍‌ ଏକ ପଲିଟବ୍ୟୁରୋ ବୈଠକ ଡାକିଥିଲେ । ଯେଉଁଥିରେ ସେ ଦେଶରେ ଥିବା କୋରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ସ୍ଥିତିରେ ସୁଧାର ଆସିବା ପୂର୍ବରୁ କଟକଣା କୋହଳ କରିବାକୁ ରୋକଠୋକ ନାସ୍ତିବାଣୀ ଶୁଣାଇଥିଲେ । ପରିସ୍ଥିତି ଅତି ସମ୍ବେଦନଶୀଳ ରହିଥିବା ବେଳେ ଏପରି ସ୍ଥିତିରେ ଗୋଟିଏ ସାମାନ୍ୟ ଭୁଲ ଭୟଙ୍କର ପରିଣାମ ଆଣିପାରେ । ତେଣୁ ଏଥିରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ କିମ୍‌ ଅଧିକ ସତର୍କ ରହିବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଇଥିଲେ ।

ବର୍ତ୍ତମାନ ଉତ୍ତର କୋରିଆ ନିଜର ସମସ୍ତ ସୀମା ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଦେଶରେ କୋରୋନା ମୁକାବିଲା ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ କରିଥିବା ନେଇ ସୂଚନା ଦେଇଛନ୍ତି ଉତ୍ତର କୋରିଆ କ୍ୟାବିନେଟ ମନ୍ତ୍ରୀ ମିଞ୍ଜୁ ଜୋସୋନ । ସେପଟେ ଦେଶରେ କୋରୋନା ସଂକ୍ରମଣ ରୋକିବା ପାଇଁ ଦେଶ ଅତି ବଡ ଓ ଶକ୍ତିଶାଳୀ ପଦକ୍ଷେପ ଯୁଦ୍ଧକାଳୀନ ଭିତ୍ତିରେ ଗ୍ରହଣ କରୁଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି ।

କେତେକ ସୂତ୍ରରୁ ପ୍ରକାଶ ପାଇଥିଲା କି ନିଜ ଆର୍ଥିକ ସ୍ଥିତି ମଜଭୂତ କରିବା ପାଇଁ ଉତ୍ତର କୋରିଆ ନିଜ ସୀମା କଟକଣା କୋହଳ କରିବ । ହେଲେ ଏସମସ୍ତ ଖବରକୁ ମିଛ ପ୍ରମାଣିତ କରି ମଙ୍ଗଳବାର ଉଭୟ ଜଳ ଓ ସ୍ଥଳ ସୀମା ବନ୍ଦ କରିଛି ଦେଶ ।

@IANS

ABOUT THE AUTHOR

...view details