ଦକ୍ଷିଣ କୋରିଆ: କୋରୋନା କାଳରେ ସମସ୍ତେ ଅଣନିଶ୍ବାସୀ। ଭାଇରସ କବଳରେ ସାରା ବିଶ୍ବ ଛଟପଟ ହେଉଥିବା ବେଳେ ଏଥିରୁ ବର୍ତ୍ତିକି ରହିଥିଲା କୋରିଆ। ହେଲେ ବେଶି ଦିନ ରହିପାରିଲାନି ଏହି ଏକଛତ୍ରବାଦୀ ଶାସକଙ୍କ ସାମ୍ରାଜ୍ୟ। ଏବେ ଦେଶର କବାଟ ବାଡେଇଲାଣି ଅଦୃଶ୍ୟ ମହାମାରୀ କୋରୋନା।
କୋଭିଡ୍ ଲଢେଇରେ ସମଗ୍ର ଵିଶ୍ଵରେ କୋରିଆ ସର୍ବାଗ୍ରେ ରହିଥିବା ବେଳେ ଏବେ ଭାଇରସର ଉପସ୍ଥିତିକି ନେଇ ସନ୍ଦେହ କରାଯାଉଛି । ସ୍ଥାନୀୟ ପ୍ରଶାସନ ଏବଂ ସରକାରଙ୍କ ଆଭ୍ୟନ୍ତରୀଣ ଆଭିମୁଖ୍ୟ କୋରୋନାକୁ ମାତ୍ ଦେବାକୁ ସମସ୍ତ ପ୍ରଚେଷ୍ଠା ଚଳାଇଛନ୍ତି । କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ରବିବାର ଦିନ କୋରୋନା ଭାଇରସ ଲକ୍ଷଣ ଖବର ପାଇବା ପରେ ଦେଶରେ "ସର୍ବାଧିକ ଜରୁରୀକାଳୀନ ବ୍ୟବସ୍ଥା" ଲାଗୁ କରିଛନ୍ତି।
ବର୍ତ୍ତମାନର ପରିସ୍ଥିତିର ମୁକାବିଲା ପାଇଁ ସମ୍ପୃକ୍ତ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଏବଂ ରାଜ୍ୟ ଜରୁରୀକାଳୀନ ଆଣ୍ଟି-ଏପିଡେମିକ୍ ସିଷ୍ଟମରୁ ସର୍ବାଧିକ ଜରୁରୀକାଳୀନ ବ୍ୟବସ୍ଥାକୁ ସ୍ଥାନାନ୍ତରିତ ହେବା ଏବଂ ଏକ ଶୀର୍ଷ ଶ୍ରେଣୀର ଆଲର୍ଟ ଜାରି କରିବାକୁ ଦଳର କେନ୍ଦ୍ରୀୟ କମିଟି ସ୍ପଷ୍ଟ କରିଛନ୍ତି।