ସିଓଲ୍: ସାରା ବିଶ୍ବ କୋରୋନା ଲଢେଇ ଜାରି ରଖିଥିବା ବେଳେ ଉତ୍ତର କୋରିଆ କିନ୍ତୁ ତାର ଚିରାଚରିତ କାର୍ଯ୍ୟଧାରା ଜାରି ରଖିଛି । ମଙ୍ଗଳବାର ଦେଶର ପ୍ରତିଷ୍ଠାତାଙ୍କ ଜନ୍ମଦିନ ପୂର୍ବରୁ ଉତ୍ତର କୋରିଆ ଯୁଦ୍ଧ ବିମାନରୁ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଏୟାର-ଟୁ-ଗ୍ରାଉଣ୍ଡ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଦକ୍ଷିଣ କୋରିଆ ସୈନ୍ୟ ବିଭାଗ ଏହି ସୂଚନା ଦେଇଛନ୍ତି ।
ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ,40 ମିନିଟରୁ ଅଧିକ ସମୟ ମଧ୍ୟରେ ପୂର୍ବାଞ୍ଚଳ ଉପକୂଳବର୍ତ୍ତୀ ସହର ମୁଞ୍ଚନ ନିକଟ ଉତ୍ତର-ପୂର୍ବ ଆଡକୁ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା । ଦେଶର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କ ମାର୍ଗଦର୍ଶନରେ ସର୍ବଶେଷ ପରୀକ୍ଷା କରାଯାଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।