ଓଡିଶା

odisha

ETV Bharat / international

ପୁଣି ଫେରିବେ ପର୍ଯ୍ୟଟକ, ଖୋଲିବ ଦକ୍ଷିଣ କୋରିଆର ରାଜପ୍ରସାଦରେ ନାଇଟ ଟୁର - ଦକ୍ଷିଣ କୋରିଆକୁ ଫେରିବେ ପର୍ଯ୍ୟଟକ

ପ୍ରସିଦ୍ଧ ଗ୍ୟେଓଙ୍ଗବୋକଗୁଙ୍ଗ ଷ୍ଟାର ଲାଇଟ ଟୁର ଆସନ୍ତା ସପ୍ତାହ ବୁଧବାର ଅର୍ଥାତ ମେ’ 27ରୁ ଆରମ୍ଭ ହେବା ନେଇ ଜଣାପଡିଛି । ଏହି ଟୁର ଆସନ୍ତା ଜୁନ 8 ଯାଏଁ ଚାଲିବ । ସେପଟେ ଚ୍ୟାଙ୍ଗଦେଓକଗୁଙ୍ଗ ମୁନଲାଇଟ ଟୁର ମେ’ 27ରୁ ଆରମ୍ଭ ହୋଇ ଜୁନ 21 ଯାଏଁ ଚାଲିବାର ଯୋଜନା ରହିଛି ।

tourism to resume in south korea, night tour to south korean royal palace, tourist to return south korea, corona in south korea, ଦକ୍ଷିଣ କୋରିଆରେ ସ୍ବାଭାବିକ ହେବ ପର୍ଯ୍ୟଟନ, ଦକ୍ଷିଣ କୋରିଆ ରାଜପ୍ରସାଦର ନାଇଟ ଟୁର, ଦକ୍ଷିଣ କୋରିଆକୁ ଫେରିବେ ପର୍ଯ୍ୟଟକ, ଦକ୍ଷିଣ କୋରିଆରେ କୋରୋନା ସ୍ଥିତି
ପୁଣି ଫେରିବେ ପର୍ଯ୍ୟଟକ, ଖୋଲିବ ଦକ୍ଷିଣ କୋରିଆର ରାଜପ୍ରସାଦରେ ନାଇଟ ଟୁର

By

Published : May 24, 2020, 12:45 AM IST

ସିଓଲ: କିଛି ମାସର ବିରତି ପରେ ଦକ୍ଷିଣ କୋରିଆରେ ପୁଣି ସ୍ବାଭାବିକ ହେବ ପର୍ଯ୍ୟଟନ । ଦେଶର ଅନ୍ୟତମ ଆକର୍ଷଣ ରାଜପ୍ରସାଦରେ ରାତ୍ରିକାଳୀନ ଭ୍ରମଣ ବା ନାଇଟ ଟୁର ପାଇଁ ଅଧିକାଂଶ ପର୍ଯ୍ୟଟକ ଇଚ୍ଛା ପ୍ରକାଶ କରିଥାଆନ୍ତି । ହେଲେ କୋରୋନା ସଂକ୍ରମଣ ପାଇଁ ଏହା ପ୍ରାୟ 2 ମାସରୁ ଊର୍ଦ୍ଧ୍ବ ସମୟ ପାଇଁ ରହିଥିଲା । ଶନିବାର ସାଂସ୍କୃତିକ ଐତିହ୍ୟ ପ୍ରଶାସନ (ସିଏଚଏ) ଏନେଇ ଏହି ସେବା ଆସନ୍ତା ସପ୍ତାହରୁ ପୁଣି ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ।

ପ୍ରସିଦ୍ଧ ଗ୍ୟେଓଙ୍ଗବୋକଗୁଙ୍ଗ ଷ୍ଟାର ଲାଇଟ ଟୁର ଆସନ୍ତା ସପ୍ତାହ ବୁଧବାର ଅର୍ଥାତ ମେ’ 27ରୁ ଆରମ୍ଭ ହେବା ନେଇ ଜଣାପଡିଛି । ଏହି ଟୁର ଆସନ୍ତା ଜୁନ 8 ଯାଏଁ ଚାଲିବ । ସେପଟେ ଚ୍ୟାଙ୍ଗଦେଓକଗୁଙ୍ଗ ମୁନଲାଇଟ ଟୁର ମେ’ 27ରୁ ଆରମ୍ଭ ହୋଇ ଜୁନ 21 ଯାଏଁ ଚାଲିବାର ଯୋଜନା ରହିଛି । ଏନେଇ ଇ-କମର୍ସ ୱେବସାଇଟରେ ଲୋକେ ଟିକେଟ ପାଇପାରିବେ । ତେବେ ଦୀର୍ଘ ଦିନ ପରେ ଟୁର ଆରମ୍ଭ ହେବା ଅବସରରେ ଗ୍ୟେଓଙ୍ଗବୋକଗୁଙ୍ଗ ସାଏଙ୍ଗୱାବାଙ୍ଗ ନାମକ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ପର୍ଯ୍ୟଟକମାନେ ରାଜକୀୟ ଟି ସେରିମୋନୀର ମଜା ଉଠାଇପାରିବେ ।

ତେବେ ମେ 30ରୁ ଜୁଲାଇ 12 ପର୍ଯ୍ୟନ୍ତ ମ୍ୟୁଜିକ କନସର୍ଟ ହେବାର ମଧ୍ୟ ଯୋଜନା ରହିଛି । ଏଥିସହ ଗ୍ୟେଓଙ୍ଗବୋକଗୁଙ୍ଗ ରାଜପ୍ରସାଦରେ ପାରମ୍ପରିକ ଗାର୍ଡ ଚେଜିଂ ସେରିମୋନୀ ମେ’ 20ରୁ ଆରମ୍ଭ ହୋଇସାରିଥିବା ଜଣାପଡିଛି । ଆଗକୁ ଜୁନ ମାସରେ ଆହୁରି ଅନେକ କାର୍ଯ୍ୟକ୍ରମ ପୁଣି ସ୍ବାଭାବିକ ଢଙ୍ଗରେ ଆରମ୍ଭ ହେବା ନେଇ ମଧ୍ୟ ସଙ୍କେତ ଦେଇଛି ସିଏଚଏ ।

@IANS

ABOUT THE AUTHOR

...view details