ଓଡିଶା

odisha

ETV Bharat / international

ଜୁଲାଇରେ ପ୍ରଧାନମନ୍ତ୍ରୀ ଆବାସ ଛାଡିବେ ନେତାନ୍ୟାହୁ - ନେତନ୍ୟାହୁ

ନୂଆ ପ୍ରଧାନମନ୍ତ୍ରୀଙ୍କ ଶପଥପାଠ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଛାଡିନଥିବା ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଜୁଲାଇରେ ଆବାସ ଛାଡିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

ଜୁଲାଇରେ ପ୍ରଧାନମନ୍ତ୍ରୀ ଆବାସ ଛାଡିବେ ନେତନ୍ୟାହୁ
ଜୁଲାଇରେ ପ୍ରଧାନମନ୍ତ୍ରୀ ଆବାସ ଛାଡିବେ ନେତନ୍ୟାହୁ

By

Published : Jun 20, 2021, 8:26 PM IST

ଜେରୁସେଲମ: ଇସ୍ରାଏଲର 2 ବର୍ଷ ମଧ୍ୟରେ ପୁଣି ଚତୁର୍ଥ ଥର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଏହାପରେ ବର୍ତ୍ତମାନ ଇସ୍ରାଏଲର ବିରୋଧୀ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ଆବାସକୁ ଜୁଲାଇ 10 ତାରିଖ ପୂର୍ବରୁ ତ୍ୟାଗ କରିବେ ବୋଲି ଜଣାପଡିଛି । ତେବେ ଏ ସମ୍ପର୍କରେ ଖୋଦ ନେତାନ୍ୟାହୁ ଓ ନୂତନ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇସ୍ରାଏଲର ଲଗାତାର ଦୁଇ ବର୍ଷ ମଧ୍ୟରେ ଚତୁର୍ଥ ସାଧାରଣ ନିର୍ବାଚନ ପରେ ବୈଦେଶିକ ମନ୍ତ୍ରୀ ଜାୟର ଲାପିଦ ଏବଂ ପ୍ରଧାନମନ୍ତ୍ରୀ ନଫ୍ତାଲି ବେନେଟ ଏକତ୍ର ସରକାର ଗଠନ କରିବାରେ ସଫଳ ହୋଇଥିଲେ। ଏହାପରେ ନେତାନ୍ୟାହୁଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ପଡିଲା । ଗତ ସପ୍ତାହରେ ବେନେଟ ସରକାର ଶପଥ ନେଇଥିବା ବେଳେ 12 ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ନେତାନ୍ୟାହୁ ଏପର୍ଯ୍ୟନ୍ତ ଜେରୁଜେଲମରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଖାଲି କରିନାହାଁନ୍ତି।

ଗତବର୍ଷ ନେତାନ୍ୟାହୁଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିଲା । କିନ୍ତୁ ସେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ । ତେବେ ନେତାନ୍ୟାହୁ ଆସନ୍ତା ଜୁଲାଇ 10 ତାରିଖ ପୂର୍ବରୁ ନିଜ ପରିବାର ସହିତ ପ୍ରଧାନମନ୍ତ୍ରୀ ବାସଭବନ ଛାଡିବେ ବୋଲି ନେତାନ୍ୟାହୁ ଓ ବେନେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

@PTI

ABOUT THE AUTHOR

...view details