ଓଡିଶା

odisha

ETV Bharat / international

ଆସନ ବଞ୍ଚାଇବାକୁ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବେ ଓଲି !

ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କୋରୋନା ଭାଇରସ ବାହାନାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ଚାହୁଛନ୍ତି । ଏନେଇ ସେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।

ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି
ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି

By

Published : Jul 9, 2020, 3:51 PM IST

କାଠମାଣ୍ଡୁ: ନେପାଳରେ ରାଜନୈତିକ ସଙ୍କଟ ଟଳିବାର ନାଁ ନେଉନାହିଁ । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କୋରୋନା ଭାଇରସ ବାହାନାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ଚାହୁଁଛନ୍ତି । ଏନେଇ ସେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ତେବେ ନିଜ ଦଳର ହିଁ ବିଶ୍ବାସ ହରାଇଥିବା ଓଲି ନିଜ ପଦବୀ ରକ୍ଷା ପାଇଁ ଏଭଳି କରୁଥିବା ଆଲୋଚନା ହେଉଛି ।

ସୂତ୍ର ଅନୁଯାୟୀ, ରାଷ୍ଟ୍ରପତି ଭଣ୍ଡାରୀ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ନେଇ କୌଣସି ପ୍ରତିଶୃତି ଦେଇନାହାନ୍ତି । ଏହି ନିଷ୍ପତ୍ତି ବଦଳରେ ଓଲି ଦଳୀୟ ନେତାଙ୍କ ସହ ଆଲୋଚନା କରି ମତାନ୍ତର ଦୂର କରନ୍ତୁ ବୋଲି ତାଙ୍କୁ ପରାମର୍ଶ ଦେଇଛନ୍ତି । ନେପାଳ ସେନା ମଧ୍ୟ ସ୍ବାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ସପକ୍ଷରେ ନଥିବା ଜଣାପଡିଛି ।

ସେପଟେ ପ୍ରଧାନମନ୍ତ୍ରୀ ଓଲି ଗୁରୁବାର ପୁଣିଥରେ ନେପାଳ କମ୍ୟୁନିଷ୍ଟ ପାର୍ଟି ସହ-ଅଧ୍ୟକ୍ଷ ପୁଷ୍ପ କମଳ ଦହଲଙ୍କ ସହ ଆଲୋଚନା କରିବେ । ପୁଷ୍ପ କମଳ ଦହଲ ଓଲିଙ୍କୁ ଦଳର ଅଧ୍ୟକ୍ଷ ଏବଂ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦାବି କରୁଛନ୍ତି । କିନ୍ତୁ ଓଲି ଇସ୍ତଫା ଦେବାକୁ ପ୍ରସ୍ତୁତ ନୁହନ୍ତି । ଉଭୟ ନେତାଙ୍କ ମଧ୍ୟରେ ବୁଧବାର 2 ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା । କିନ୍ତୁ ଏହାର କୌଣସି ଫଳାଫଳ ବାହାରି ନଥିଲା । ତେବେ ଦଳର ଷ୍ଟାଣ୍ଡିଂ କମିଟି ବୈଠକ ଶୁକ୍ରବାର ହେବାର ଅଛି । ଅଧିକତମ ସଦସ୍ୟ ଓଲିଙ୍କ ଇସ୍ତଫା ଦାବି କରୁଛନ୍ତି । କିନ୍ତୁ ଏନେଇ ପ୍ରସ୍ତାବ ପାରିତ କରିବାକୁ ଉଭୟ ଅଧ୍ୟକ୍ଷଙ୍କର ହସ୍ତାକ୍ଷର ଆବଶ୍ୟକ । ତେବେ ଯଦି କୌଣସି ପ୍ରସ୍ତାବ ଷ୍ଟାଣ୍ଡିଂ କମିଟି ମାଧ୍ୟମରେ ପାରିତ ହୁଏ, ତେବେ ଏହା କେନ୍ଦ୍ରୀୟ କମିଟିକୁ ଯାଏ । ଏଠାରେ ଓଲିଙ୍କ ସମର୍ଥନ ମିଳିବା ଖୁବ କଷ୍ଟ ।

ତେବେ ଗୋଟିଏ ପଟେ ଓଲିଙ୍କ କ୍ଷମତା ଟଳମଳ ହେଉଛି ଅନ୍ୟପଟେ ଏହାକୁ ନେଇ ଚୀନ ବ୍ୟକୁଳ ହେଉଛି । ନେପାଳ ସ୍ଥିତ ଚୀନ ରାଷ୍ଟ୍ରଦୂତ ଏନସିପି ନେତାଙ୍କ ଉପରେ ମତଭେଦ ଦୂର କରିବାକୁ ଚାପ ପକାଉଛନ୍ତି । ତେବେ ଓଲିଙ୍କ ବିନା ବି ଦଳ ମଜବୁତ ରହିବ ବୋଲି ଏନସିପିର ଜଣେ ନେତା ଚୀନ ରାଷ୍ଟ୍ରଦୂତଙ୍କୁ ସ୍ପଷ୍ଟ କରିଥିବା ଜଣାପଡିଛି ।

ABOUT THE AUTHOR

...view details