କାଠମାଣ୍ଡୁ: ହିମାଳୟ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 292 ଟି କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ 2 ଜଣଙ୍କ ମୃତ୍ୟୁ ହୋଇଛି। ସାମ୍ଭବ୍ୟ ପରିସ୍ଥିତିକୁ ନଜରରେ ରଖି 15 ଦିନ ପାଇଁ ଲକଡାଉନ ବୃଦ୍ଧି କରାଯାଇଛି । ଏହି କଟକଣା ଆସନ୍ତାକାଲି ଠାରୁ ଜୁନ 2 ତାରିଖ ଯାଏଁ ଲାଗୁ ହେବ ।
ନେପାଳରେ ଆହୁରି 15 ଦିନ ବଢିଲା ଲକଡାଉନ - ବଢିଲା ଲକଡାଉନ
ନେପାଳରେ ବଢିଲା ଲକଡାଉନ । ଦେଶରେ 2ଜଣଙ୍କର କୋରୋନା ମୃତ୍ୟୁ ରିପୋର୍ଟ ପରେ ଲକଡାଉନକୁ ବଢାଯାଇଛି । ଅଧିକ ପଢନ୍ତୁ...
ନେପାଳରେ ଆହୁରି 15 ଦିନ ବଢିଲା ଲକଡାଉନ
ଏହା ବର୍ତ୍ତମାନ ଲାଗୁ ହୋଇଥିଲା ଲକଡାଉନ ସୋମବାର ଶେଷ ହେଉଛି । ଆସନ୍ତାକାଲି ଠାରୁ ବର୍ଦ୍ଧିତ ଲକଡାଉନ ଜାରି ହେବ । ଏହି ନିଷ୍ପତ୍ତି ଦେଶର ପ୍ରଧାନମନ୍ତ୍ରୀ ଇଶ୍ବର ପୋଖରେଲଙ୍କ ଅଧିନରେ ବସିଥିବା ଉଚ୍ଚ ସ୍ତରୀୟ ବୈଠକରେ ନିଆଯାଇଛି । ଦେଶରେ 2 ଜଣଙ୍କ ମୃତ୍ୟୁ ପରେ ଏହି ପଦକ୍ଷେପ ଉଠାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।
@ANI