ଓଡିଶା

odisha

ସୀମା ଟପୁଛି ମିଆଁମାର ସେନାଙ୍କ ବର୍ବରତା; କ୍ଷମତା ହାସଲ ପାଇଁ ନେଲେଣି 840 ଜୀବନ

By

Published : May 31, 2021, 8:08 AM IST

ସୀମା ଟପୁଛି ମିଆଁମାର ସେନାଙ୍କ ବର୍ବରତା । ବଳପୂର୍ବକ କ୍ଷମତା ହାସଲ କରିବାକୁ ସେନା ବାହିନୀ ନିରୀହ ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇବାକୁ ପଛାଉ ନାହିଁ । ଅଧିକ ପଢନ୍ତୁ...

କ୍ଷମତା ହାସଲ ପାଇଁ ନେଲେଣି 840 ଜୀବନ
କ୍ଷମତା ହାସଲ ପାଇଁ ନେଲେଣି 840 ଜୀବନ

ମିଆଁମାର:ମିଆଁମାର ଦିନକୁ ଦିନ ଉଗ୍ର ହେଉଛନ୍ତି ସେନା । ସେନା ପକ୍ଷରୁ ବିସ୍ଫୋରଣ ଜାରି ରହିଛି । ସେନାଙ୍କୁ ବିରୋଧ କରୁଥିବା ସାଧାରଣ ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଲାଇଛନ୍ତି ମିଆଁମାର ସେନା । ଗତକାଲି ବିସ୍ଫୋରଣରେ ଆଉ ତିନିଜଣଙ୍କୁ ମିଶାଇ ଏ ପର୍ଯ୍ୟନ୍ତ 840 ଲୋକଙ୍କ ମୃତ୍ୟୁ ହୋଇସାରିଛି ।

ଏଏପିପିପର ସୂଚନାଅନୁସାରେ 30 ମେ ସୁଦ୍ଧା 840 ଲୋକଙ୍କ ମୃତ୍ୟୁ ସୁନିଶ୍ଚିତ ହୋଇଛି । ଏହା ସହିତ ବର୍ତ୍ତମାନ ସୁଦ୍ଧା 4,409ଜଣଙ୍କୁ ଅଟକ ରଖାଯାଇଛି । ରବିବାର ମଣ୍ଡେଲା ଅଞ୍ଚଳରେ ମିଆଁମାର ସେନା ଛଅଜଣ ଯୁବକଙ୍କୁ ଗିରଫ କରିବା ପାଇଁ ମୋଏ ମିନ୍ଟ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଗୁଳି ଚଳାଇଥିଲେ । ସେଥିରେ ମିଓ ମିନ୍ଟଙ୍କ ପେଟରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ମିଆଁମାର ଲୋକ ବର୍ତ୍ତମାନ ଏକ ବିରାଟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସାମଗ୍ରୀ ଏବଂ ସେବାର ମୂଲ୍ୟ ବୃଦ୍ଧି ହେତୁ ଭବିଷ୍ଯତ ପାଇଁ ବ୍ୟାଙ୍କରେ ଜମା ରଖିଥିବା ପୁଞ୍ଜିକୁ ଉଠାଇବାରେ ଲାଗିଲେଣି ମିଆଁମାରବାସୀ । ଦେଶର ବୃହତ୍ତମ ସହର ୟାଙ୍ଗୋନରେ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ ଲଗାଇଥିବାର ଦେଖିବାକୁ ମିଳିଛି ।

ଫେବୃଆରୀ 1ରେ ମିଆଁମାର ସେନା ସରକାରଙ୍କୁ ଅଡୁଆରେ ପକାଇ ଏକ ବର୍ଷ ଧରି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଦିନକୁ ବର୍ବରତା ପାର କରୁଛନ୍ତି ମିଆଁମାର ସେନା । ବଳପୂର୍ବକ କ୍ଷମତା ହାସଲ କରିବାକୁ ସେନା ବାହିନୀ ନିରୀହ ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇବାକୁ ପଛାଉ ନାହିଁ । ବିଭିନ୍ନ ସ୍ଥାନରେ ଲୋକଙ୍କ ଉପରକୁ ମିସାଇଲ ମାଡ଼ କରାଯାଉଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details