ଓଡିଶା

odisha

ETV Bharat / international

ବାଂଲାଦେଶରେ ଚୀନ ବିରୋଧରେ ବ୍ୟାପକ ପ୍ରଦର୍ଶନ - ଚୀନ ବିରୋଧରେ ବ୍ୟାପକ ପ୍ରଦର୍ଶନ

ଜିନଜିଆନରେ ଉଇଗୁରୁ ମୁସଲମାନମାନଙ୍କ ଉପରେ ହେଉଥିବା ଅତ୍ୟାଚାର ତଥା ଦମନ ବିରୋଧରେ ଶୁକ୍ରବାର ଢାକାରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି ।

ବାଂଲାଦେଶରେ ଚୀନ ବିରୋଧରେ ବ୍ୟାପକ ପ୍ରଦର୍ଶନ
ବାଂଲାଦେଶରେ ଚୀନ ବିରୋଧରେ ବ୍ୟାପକ ପ୍ରଦର୍ଶନ

By

Published : Aug 28, 2020, 8:19 PM IST

ଢାକା: ଚୀନର ଜିନଜିଆଙ୍ଗ ପ୍ରଦେଶର ଉଇଗୁରୁ ମୁସଲିମଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ବାଂଲାଦେଶରେ ସ୍ବର ଉତ୍ତୋଳନ ଆରମ୍ଭ ହୋଇଛି। ଜିନଜିଆନରେ ଉଇଗୁରୁ ମୁସଲମାନମାନଙ୍କ ଉପରେ ହେଉଥିବା ଅତ୍ୟାଚାର ତଥା ଦମନ ବିରୋଧରେ ଶୁକ୍ରବାର ଢାକାରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି । 28 ଅଗଷ୍ଟରେ 'ଉଇଗୁରୁ ଦମନ ଦିବସ' ସ୍ମୃତି ଉଦ୍ଦେଶ୍ୟରେ ବାଂଲାଦେଶ ସ୍ବାଧୀନତା ସଂଗ୍ରାମୀ ପକ୍ଷରୁ ଏହି ପ୍ରଦର୍ଶନ କରାଯାଇଥିଲା। ଅନେକ ଦେଶ ଚୀନର କମ୍ୟୁନିଷ୍ଟ ପାର୍ଟି ଉଇଗୁରୁ ମୁସଲମାନମାନଙ୍କ ପ୍ରତି ଅମାନୁଷିକ ବ୍ୟବହାରରେ ଅସନ୍ତୋଷ ଅଛନ୍ତି ବୋଲି ସଂଗଠନ କହିଛି ।

ପୃଥକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ଚୀନ ସରକାର ପ୍ରାୟ 10 ଲକ୍ଷ ମୁସଲିମ ସମ୍ପ୍ରଦାୟଙ୍କୁ ଜିନଜିଆନ ପ୍ରଦେଶର ନିର୍ଯାତନା ଶିବିରରେ ବନ୍ଦୀ କରି ରଖିଛନ୍ତି। ସେମାନଙ୍କୁ ଇସଲାମ ଧର୍ମର ବିଶ୍ବାସ ସହିତ ବଞ୍ଚିବାକୁ ଅନୁମତି ଦିଆଯାଇଉନାହିଁ ଏବଂ ନିଜ ଇଚ୍ଛାରେ ଜୀବନଯାପନ କରିବାର ଅଧିକାର ଦିଆଯାଉନାହିଁ । ଉଇଗୁରୁ ମୁସଲିମଙ୍କୁ ନେଇ ମାନବ ଅଧିକାର ସଂଗଠନ ଏବଂ ଅନେକ ଦେଶ ଚୀନ ଉପରେ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ ବେଜିଂ ସେମାନଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖାରଜ କରିଦେଇଛି।

ମିଳିତ ଜାତିସଂଘ ସମେତ ଅନେକ ଦେଶ ଉଇଗୁରୁ ସମ୍ପ୍ରଦାୟ ବିରୋଧରେ ଚୀନର ଆକ୍ରମଣାତ୍ମକ ନୀତି ବନ୍ଦ କରିବାକୁ ନିବେଦନ କରିଛନ୍ତି। ତେବେ ଏହି ଶିବିରରେ ଉଇଗୁରୁ ସମ୍ପ୍ରଦାୟକୁ ତାଲିମ ଦିଆଯାଉଥିବା ଚୀନ ଦାବି କରିଛି । ଉଇଗୁରୁ ମୁସଲମାନମାନଙ୍କ ଉପରେ ନିର୍ଯ୍ୟାତନା ଖବର ଚୀନ ଅସ୍ବୀକାର କରିଛି । ଏହି କେନ୍ଦ୍ରଗୁଡ଼ିକ ବିଷୟରେ ଚୀନ ବିଶ୍ବକୁ କୌଣସି ସୂଚନା ଦେଉନାହିଁ। ବିଦେଶୀ ପର୍ଯ୍ୟବେକ୍ଷକ ଏବଂ ସାମ୍ବାଦିକମାନଙ୍କୁ ଏହି କେନ୍ଦ୍ର ପରିଦର୍ଶନ କରିବାକୁ ଅନୁମତି ଦିଆଯାଉନାହିଁ ।

ABOUT THE AUTHOR

...view details