ଓଡିଶା

odisha

ETV Bharat / international

ଅଚାନକ ଇସ୍ତଫା ଦେଲେ ମାଲେସିଆ ପ୍ରଧାନମନ୍ତ୍ରୀ - ଇସ୍ତଫା ଦେଲେ ମାଲେସିଆ ପ୍ରଧାନମନ୍ତ୍ରୀ

ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ସୋମବାର ଅଚାନକ ଇସ୍ତଫା ଦେଇଛନ୍ତି | ସେ ତାଙ୍କ ଇସ୍ତଫା ପତ୍ର ଦେଶର ସୁଲତାନକୁ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Feb 24, 2020, 5:55 PM IST

ନୂଆଦିଲ୍ଲୀ: ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ସୋମବାର ଅଚାନକ ଇସ୍ତଫା ଦେଇଛନ୍ତି | ସେ ତାଙ୍କ ଇସ୍ତଫା ପତ୍ର ଦେଶର ସୁଲତାନକୁ ପ୍ରଦାନ କରିଛନ୍ତି । କାଶ୍ମୀର ପ୍ରସଙ୍ଗରେ ମାହତୀର ବାରମ୍ବାର ପାକିସ୍ତାନକୁ ସମର୍ଥନ ଦେଇ ଚର୍ଚ୍ଚାରେ ରହିଥିଲେ ।

ରବିବାର ୯୪ ବର୍ଷୀୟ ପ୍ରଧାନମନ୍ତ୍ରୀ ମହାଥିରଙ୍କ ଏହି ସୂଚନା ସର୍ବସମ୍ମୁଖକୁ ଆସିବା ପରେ ତାଙ୍କ ଦଳ ଏକ ନୂତନ ସରକାର ଗଠନ ପାଇଁ ଯୋଜନା ପ୍ରସ୍ତୁତ କରିଛି । ଯେଉଁଥିରେ ତାଙ୍କ ଉତ୍ତରାଧିକାରୀ ଓ ପିପୁଲ୍ସ ଜଷ୍ଟିସ ପାର୍ଟି(ପିକେଆର) ଅଧ୍ୟକ୍ଷ ଅନୱାର ଇବ୍ରାହିମଙ୍କୁ ବାହର ରାସ୍ତା ଦେଖା ଯିବାର ଯଥେଷ୍ଟ ସମ୍ବାବନା ରହିଛି ।

ଇସ୍ତଫା ପୂର୍ବରୁ ସୋମବାର ଉପପ୍ରଧାନମନ୍ତ୍ରୀ ୱାନ ଅଜିଜା ୱାନ ଇସ୍ମାଇଲ ଓ ଅନୱାର ଇବ୍ରାହିମଙ୍କୁ ନିଜ ବାସଭବନରେ ସାକ୍ଷାତ କରିଥିଲେ ।

ଏଠାରେ ସୂଚନା ଥାଉ ମାଲେସିଆ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ପ୍ରଥମେ କାଶ୍ମୀର ଓ ପରେ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ । ଫଳରେ ମାଲେସିଆ ଓ ଭାରତ ମଧ୍ୟରେ ବାଣିଜ୍ୟିକ ସମସ୍ୟା ଉପୁଜିଥିଲା । ପାମ୍‌ ତେଲ ଆମଦାନୀ ଉପରେ କିଛି ଦିନ ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା । ପରେ ଭାରତ ଚାପ ଆଗରେ ମୁଣ୍ଡ ନୁଆଁଇଥିଲା ମାଲେସିଆ ।

ABOUT THE AUTHOR

...view details