ପ୍ୟୋଙ୍ଗୟାଙ୍ଗ: କୋରୋନା କାଳରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗ୍ ଦକ୍ଷିଣ କୋରିଆ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଛନ୍ତି । ଦକ୍ଷିଣ କୋରିଆ ସୀମାରୁ ଉତ୍ତର କୋରିଆ ସରକାରଙ୍କୁ ବିରୋଧ କରି ପାମ୍ପଲେଟ୍ ପଠାଯିବା ପରେ ଶନିବାର କିମ୍ ୟୋ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିକ୍ଷୋଭକାରୀମାନେ ଏହି ଲିଫଲେଟ୍ ଗୁଡିକ ବେଲୁନରେ ପଠାଉଛନ୍ତି | କିମ ୟୋ କହିଛନ୍ତି ଯେ ଯଦି ଦକ୍ଷିଣ କୋରିଆ ଏହାର ପ୍ରଦର୍ଶନକାରୀଙ୍କୁ ଏପରି କରିବାରୁ ନିବୃତ ନକରାନ୍ତି ,ତେବେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହନ୍ତୁ ।
କିମ୍ ୟୋ କହିଛନ୍ତି ଯେ ଦେଶ ସୁପ୍ରିମ ଲିଡର୍ , ନିଜ ଦଳ ଏବଂ ସରକାର ଦେଇଥିବା ଅଧିକାରକୁ ବ୍ୟବହାର କରି ସେନାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ପରବର୍ତ୍ତୀ ପଦକ୍ଷେପ ସେନା ମୁଖ୍ୟଙ୍କ ଉପରେ ଛାଡି ଦିଆଯାଇଛି ବୋଲି ସେ କହିଛନ୍ତି । ଏହା ହେଲେ ଆଗାମୀ ଦିନରେ ଦକ୍ଷିଣ କୋରିଆକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ସେ କହିଛନ୍ତି ।