ଓଡିଶା

odisha

ETV Bharat / international

ଜାପାନ ଗଣମାଧ୍ୟମରେ ଚୀନ୍‌ରେ ମହାମାରୀ ବିସ୍ତାର ଅଭିଯୋଗ - ଚୀନ୍‌

ଜାପାନର ଗଣମାଧ୍ୟମ ୟୋମିରି ଶିମ୍ବୁନ୍ ନିକଟରେ ଏକ ମନ୍ତବ୍ୟ ପ୍ରକାଶ କରି ଚୀନ ଉପରେ କୋରୋନା ମହାମାରୀ ବିସ୍ତାର କରିବା ଆରୋପ ଲଦିଛି ।ଏହି ଘଟଣା ପରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଚାଓ ଲିଚେନ୍ କହିଛନ୍ତି ଯେ ୟୋମିରି ଶିମ୍ବୁନ୍ଙ୍କ ଆର୍ଟିକିଲ୍ ତଥ୍ୟକୁ ଅଣଦେଖା କରିବା ସହ ଏହି ଅଭିଯୋଗକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 15, 2020, 5:33 PM IST

ବେଜିଂ: କୋରୋନା ବ୍ୟାପିବା ପଛରେ ଅନେକ ରାଷ୍ଟ୍ର ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଚୀନକୁ ଦୋଷ ଦେଉଛନ୍ତି । ଏହା ପଛରେ ଅନେକ କାରଣ ଓ ଚୀନର ସନ୍ଦେହାତ୍ମକ କାର୍ଯ୍ୟକଳାପ ସାମିଲ ରହିଛି । ନିକଟରେ ଜାପାନର ଗଣମାଧ୍ୟମ ୟୋମିରି ଶିମ୍ବୁନ୍ ନିକଟରେ ଏକ ମନ୍ତବ୍ୟ ପ୍ରକାଶ କରି ଚୀନ ଉପରେ କୋରୋନା ମହାମାରୀ ବିସ୍ତାର କରିବା ଆରୋପ ଲଦିଛି ।

ଏହି ଘଟଣା ପରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଚାଓ ଲିଚେନ୍ କହିଛନ୍ତି ଯେ ୟୋମିରି ଶିମ୍ବୁନ୍ଙ୍କ ଆର୍ଟିକିଲ୍ ତଥ୍ୟକୁ ଅଣଦେଖା କରିବା ସହ ଏହି ଅଭିଯୋଗକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି ।

ଚୀନ୍ କହିଛି ଯେ ଏହି ଆର୍ଟିକିଲ ମାଧ୍ୟମରେ ଚୀନ୍ ପ୍ରତି ଅଜ୍ଞତା ଓ ଅହଂକାରରେ ପରିପୂର୍ଣ୍ଣତା ଦର୍ଶାଯାଇଛି । ଏହା ଅନ୍ତର୍ଜାତୀୟ ସମ୍ପ୍ରଦାୟରେ ଏବଂ ଜାପାନୀ ଲୋକଙ୍କ ମନରେ ଚୀନ୍‌ର ଏକ ଗୁରୁତର ବିଭ୍ରାନ୍ତିକର ଧାରଣା, ଯାହା ସାମ୍ବାଦିକତାର ବୃତ୍ତିଗତ ନିୟମ, ନୈତିକତା ଏବଂ ମୌଳିକତାକୁ ସମ୍ପୂର୍ଣ୍ଣରୂପେ ଉଲ୍ଲଂଘନ କରୁଛି ।

ଚୀନ୍ ମୁଖପାତ୍ର ଚାଓ ଲିଚିଆନ୍ କହିଛନ୍ତି ଯେ କୋଭିଡ -19 ମହାମାରୀକୁ ରୋକିବା ପାଇଁ ଚୀନ୍ ଏକ ବଡ଼ ବଳିଦାନ ଦେଇଛି । ଏହା ସମୟ ହାସଲ କରିଛି ଏବଂ ଅନ୍ୟ ଦେଶ ପାଇଁ ମହାମାରୀ ସହିତ ଲଢିବା ଅଭିଜ୍ଞତା ବାଣ୍ଟୁଛି |

@IANSଇନପୁଟ

ABOUT THE AUTHOR

...view details