ଓଡିଶା

odisha

ETV Bharat / international

ଜୁନ ଶେଷ ଯାଏଁ ମିଆଁମାରକୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ମିଆଁମାରକୁ ଅନ୍ତର୍ଜାତୀୟ ବିମାନ ସେବାକୁ ଜୁନ ଶେଷ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଅଧିକ ପଢନ୍ତୁ...

ଜୁନ ଶେଷ ଯାଏଁ ମିଆଁମାରକୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ
ଜୁନ ଶେଷ ଯାଏଁ ମିଆଁମାରକୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

By

Published : May 31, 2021, 10:39 AM IST

ନେପିତ୍ବ: ଭାରତର ପଡୋଶୀ ରାଷ୍ଟ୍ର ମିଆଁମାର କୋରୋନା ସଂକ୍ରମଣ ଦୃଷ୍ଟିରୁ ପୁଣି ଅନ୍ତର୍ଜାତୀୟ ବିମାନ ସେବା କଟକଣାକୁ ବୃଦ୍ଧି କରିଛି । ତେବେ ଜୁନ ଶେଷ ପର୍ଯ୍ୟନ୍ତ ମିଆଁମାରକୁ କୌଣସି ଅନ୍ତର୍ଜାତୀୟ ବିମାନ ଉଡାଣ ଭରିବ ନାହିଁ ବୋଲି ସୂଚନା ମିଳିଛି ।

ଦେଶରେ କୋରୋନା ସଂକ୍ରମଣ ବଢୁଥିବାରୁ ମିଆଁମାର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ମିଆଁମାରରେ ମୋଟ 1 ଲକ୍ଷ 43 ହଜାର 571 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 3216 ଜଣଙ୍କର ମୃତ୍ୟୁ ଘଟିଛି । ସଂକ୍ରମଣ ଦୃଷ୍ଟିରୁ ଅନେକ ଦେଶ ମଧ୍ୟ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ ରଖିଛନ୍ତି । ଏହାସହିତ ଦେଶରେ ମିଲିଟାରୀ ଅପରେସନକୁ ମଧ୍ୟ ଜୁନ ଶେଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ମିଆଁମାରର ସୈନ୍ୟଙ୍କ ଅସ୍ତ୍ରବିରତି ଉଲ୍ଳଂଘନ ସମ୍ପର୍କରେ ଆଲୋଚନା କରିବା ପାଇଁ ଏହି କଟକଣାକୁ ବଢାଯାଇଥିବା ଜଣାପଡିଛି ।

ତେବେ ସୂଚନା ଥାଉ କି ଦୀର୍ଘ ସମୟ ଧରି ରାଜନୈତିକ ଅସ୍ଥିରତାର ଶିକାର ହେଉଥିବା ମିଆଁମାରରେ ପୁଣି ଆରମ୍ଭ ହୋଇଛି ସାମରିକ ବା ସେନା ଶାସନ । ନିର୍ବାଚନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ସେନା ଏପରି ପଦକ୍ଷେପ ନେଇଛି । ସୁରକ୍ଷାକର୍ମୀ ଓ ସରକାରଙ୍କ ସପକ୍ଷରେ ଥିବା ଆନ୍ଦୋଳନରେ ବର୍ତ୍ତମାନ ପର୍ଯ୍ୟନ୍ତ ମିଆଁମାରରେ 800 ଜଣଙ୍କର ମୃତ୍ୟୁ ଘଟିଛି ।

@ANI

ABOUT THE AUTHOR

...view details