ଓଡିଶା

odisha

ETV Bharat / international

ଧ୍ୱଂସର ତାଣ୍ଡବ ରଚିଛି ଇଣ୍ଡୋନେସିଆ ବନ୍ୟା: 79 ମୃତ, ଲକ୍ଷାଧିକ ପ୍ରଭାବିତ

ବନ୍ୟାରେ ସରକାରୀ ଅନୁସାରେ 79 ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବେସରକାରୀ ଭାବେ ଏହା ଶତାଧିକ ବୋଲି କୁହାଯାଉଛି। ପପୁଅରେ ସବୁଠାରୁ ଅଧିକ କ୍ଷତି ହୋଇଛି । ଏଠାରେ ଥିବା ଗାଁ ସବୁ ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ୱିଟର

By

Published : Mar 19, 2019, 3:19 PM IST

ଜାକାର୍ତ୍ତା: ପ୍ରବଳ ବନ୍ୟାରେ ଇଣ୍ଡୋନେସିଆର ଅବସ୍ଥା ବେହାଲ ହୋଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁଁ 79 ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏପରିକି ଏବେ ପର୍ଯ୍ୟନ୍ତ ହଜାର ହଜାର ଲୋକେ ଜଳବନ୍ଦୀ ଥିବା ଜଣାପଡିଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ୱିଟର

ବନ୍ୟାରେ ସରକାରୀ ସୂଚନା ଅନୁସାରେ 79 ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବେସରକାରୀ ଭାବେ ଏହା ଶତାଧିକ ବୋଲି କୁହାଯାଉଛି। ପପୁଅରେ ସବୁଠାରୁ ଅଧିକ କ୍ଷତି ହୋଇଛି। ଏଠାରେ ଥିବା ଗାଁ ସବୁ ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଛନ୍ତି। ବର୍ଷା ଯୋଗୁଁ ଅନେକ ଜାଗାରେ ବନ୍ୟା ଆସିଛି। ଅଧିକାଂଶ ଗାଁରେ ଘର ବନ୍ୟାରେ ଭାସିଯାଇଥିବାବେଳେ କେତେକ ଭୂସ୍ଖଳନରେ ପୋତି ହୋଇଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ୱିଟର

ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ଏବଂ ବନ୍ୟା ହୋଇ ଇଣ୍ଡୋନେସିଆର ପାର୍ବତ୍ୟାଞ୍ଚଳ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପାହାଡ ଘେରା ମଧ୍ୟରେ ଥିବାରୁ ଅନେକ ଗାଁ ଭୂସ୍ଖଳନରେ ପୋତି ହୋଇଛନ୍ତି। ଏହାସହ ଜଙ୍ଗଲ ଘେରା ଅଞ୍ଚଳରେ ଥିବା ଅନେକ ଗାଁରେ ଏପର୍ଯ୍ୟନ୍ତ ସରକାରୀ ସହାୟତା ପହଞ୍ଚି ପାରିନାହିଁ। ପ୍ରାୟ 150ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିବାର ଖବର ରହିଛି।

ସରକାର ପ୍ରାୟ ୧୦,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ବନ୍ୟା ପାଇଁ ଏବେ ଇଣ୍ଡୋନେସିଆରେ ୧୪ ଦିନିଆ ଜରୁରୀ ପରିସ୍ଥିତି ଜାରି ହୋଇଛି। ସେଣ୍ଟାନି ଉପଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ସମସ୍ତ ଜାଗାକୁ ଉଦ୍ଧାର ବାହିନୀ ପହଞ୍ଚିପାରିନାହାନ୍ତି । ଘଞ୍ଚ ଜଙ୍ଗଲ ଓ ପାହାଡ ପର୍ବତ ଭିତରେ ଥିବାରୁ କେତେକ ଗାଁରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଏହି ବନ୍ୟା ଏବର୍ଷର 2ୟ। ପୂର୍ବରୁ ଗତ ଜାନୁୟାରୀରେ ମଧ୍ୟ ବନ୍ୟା ଏବଂ ଭୂସ୍ଖଳନ ହୋଇ ଇଣ୍ଡୋନେସିଆରେ ୭୦ ଜଣଙ୍କ ମୃତ୍ୟୁ ହୋଇଥିଲା।

ତିନି ମାସ ଭିତରେ 2 ଥର ବନ୍ୟା ହୋଇ ଦେଶର ଅବସ୍ଥା ଖରାପ ହୋଇଛି। ଗତ ବନ୍ୟାର କ୍ଷୟକ୍ଷତି ଭରଣା ହେଉଥିବାବେଳେ ପୁଣିଥରେ ବର୍ଷା ଦାଉ ସାଜିଛି। ଏବେ ରାଷ୍ଟ୍ରରେ ଆର୍ଥିକ ସଙ୍କଟ ମଧ୍ୟ ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ଅଧିକାଂଶ ଜାଗାରେ ବନ୍ୟା ଆସିଛି। ଫଳରେ ସରକାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିଛନ୍ତି। ସରକାର ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରୁଛନ୍ତି।

ABOUT THE AUTHOR

...view details