ଓଡିଶା

odisha

ETV Bharat / international

ଗୋଟିଏ ଦିନରେ ଭୋଟ ଦେବେ 19 କୋଟିରୁ ଊର୍ଦ୍ଧ୍ବ ଭୋଟର

ଇଣ୍ଡୋନେସିଆରେ ଦିନକ ପରେ ସଂସଦୀୟ କ୍ଷେତ୍ର ଓ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଗୋଟିଏ ଦିନରେ 19.2କୋଟିରୁ ଊର୍ଦ୍ଧ୍ବ ଭୋଟର 8ଲକ୍ଷରୁ ଅଧିକ ମତଦାନ କେନ୍ଦ୍ରରେ ଭୋଟ ଦେବେ ।

By

Published : Apr 15, 2019, 11:12 PM IST

ଡିଜାଇନ ଫଟୋ

ଜାକାର୍ତ୍ତା: ନିର୍ବାଚନର ହାଓ୍ବା କେବଳ ଭାରତରେ ନୁହେଁ ଇଣ୍ଡୋନେସିଆରେ ବି ଦେଖିବାକୁ ମିଳିଛି । ଆସନ୍ତା ବୁଧବାର ସଂସଦୀୟ କ୍ଷେତ୍ର ଓ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଗୋଟିଏ ଦିନରେ 19.2କୋଟିରୁ ଊର୍ଦ୍ଧ୍ବ ଇଣ୍ଡୋନେସିଆବାସୀ ମତଦାନ କରିବେ । ତେଣୁ ବିଶ୍ବରେ ଗୋଟିଏ ଦିନରେ ସମ୍ପନ୍ନ ହେଉଥିବା ସବୁଠାରୁ ବଡ ନିର୍ବାଚନ ଏହା ହେବ ।

ସକାଳ 7ଟାରେ ପୂର୍ବ ପାପୁଆରେ ମତଦାନ ଆରମ୍ଭ ହେବ । ସେହିପରି ସୁମାତ୍ରାରେ ଦ୍ବିପ୍ରହରରେ ମତଦାନ ସମାପ୍ତ ହେବ । ସେହିଦିନ 8ଲକ୍ଷରୁ ଅଧିକ ମତଦାନ କେନ୍ଦ୍ରରେ ଭୋଟ ଦେବେ ଦେଶବାସୀ । ଏହି ନିର୍ବାଚନରେ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ ପୁଣି ନିର୍ବାଚନ ଲଢୁଛନ୍ତି । ତାଙ୍କର ପ୍ରତିଦ୍ବନ୍ଦୀ ଭାବେ ପୂର୍ବ ସେନା ପ୍ରମୁଖ ପ୍ରାବୋଓ୍ବ ସୁବିଆନ୍ତୋ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତେବେ ମେ ମାସ ସୁଦ୍ଧା ନିର୍ବାଚନ ଫଳାପଳ ପ୍ରକାଶ ପାଇବ ।

ABOUT THE AUTHOR

...view details