ଓଡିଶା

odisha

ETV Bharat / international

30,493 ଡଲାରର ହସ୍ପିଟାଲ ବିଲ୍‌ ସହ ୟୁଏଇରେ ଫସିଲେ ଭାରତୀୟ - କୋରୋନା ଲକଡାଉନ

ବିଦେଶରେ ଚାକିରୀ ଦେବା ବାହାନାରେ ଯୁବତୀଙ୍କୁ ଠକି ତଳିତଳାନ୍ତ କରିଛି ଭାରତୀୟ ରିକ୍ରୁଟମଣ୍ଟ ଏଜେଣ୍ଟ । ୟୁଏଇକୁ ଚାକିରୀ ସନ୍ଧାନରେ ସମ୍ପୃକ୍ତ ଯୁବତୀ ଯାଇଥିବା ବେଳେ ରୋଜଗାର ତ ମିଳିଲା ନାହିଁ, ଓଲଟା ଶାରିରୀକ ପୀଡାରେ ତାଙ୍କୁ ମୁଣ୍ଡାଇବାକୁ ପଡିଛି ପ୍ରାୟ 30,493 ଡଲାରର ଆର୍ଥିକ ବୋଝ ।

indian stuck in UAE, hospital bill, corona lockdown, recruitment agent, ୟୁଏଇରେ ଭାରତୀୟ, ହସ୍ପିଟାଲ ବିଲ, କୋରୋନା ଲକଡାଉନ, ରିକ୍ରୁଟମେଣ୍ଟ ଏଜେଣ୍ଟ
30,493 ଡଲାରର ହସ୍ପିଟାଲ ବିଲ୍‌ ସହ ୟୁଏଇରେ ଫସିଲେ ଭାରତୀୟ

By

Published : Jun 30, 2020, 4:22 AM IST

ଦୁବାଇ: ବିଦେଶରେ ଚାକିରୀ ଦେବା ବାହାନାରେ ଯୁବତୀଙ୍କୁ ଠକି ତଳିତଳାନ୍ତ କରିଛି ଭାରତୀୟ ରିକ୍ରୁଟମଣ୍ଟ ଏଜେଣ୍ଟ । ୟୁଏଇକୁ ଚାକିରୀ ସନ୍ଧାନରେ ସମ୍ପୃକ୍ତ ଯୁବତୀ ଯାଇଥିବା ବେଳେ ଠକାମିର ଶିକାର ହୋଇଛନ୍ତି । ରୋଜଗାର ତ ମିଳିଲାନି, ଓଲଟା ଶାରିରୀକ ପୀଡାରେ ତାଙ୍କୁ ମୁଣ୍ଡାଇବାକୁ ପଡିଛି ପ୍ରାୟ 30,493 ଡଲାରର ଆର୍ଥିକ ବୋଝ । ଏପରି ସ୍ଥିତିରେ ସେ ଘରକୁ ଫେରିବା ପାଇଁ ଚିନ୍ତା କରୁଥିବା ବେଳେ ତାହା ସମ୍ଭବ ହୋଇପାରୁନି । କୋରୋନା କଟକଣାରେ ବିମାନ ଯାତ୍ରା ବନ୍ଦ ଥିବାରୁ, ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।

ଘଟଣା ଅନୁଯାୟୀ କୋଲକାତାର 27 ବର୍ଷିୟା ସୁତାପା ପାତ୍ରଙ୍କୁ ଏକ ରିକ୍ରୁଟମେଣ୍ଟ ଏଜେଣ୍ଟ, ଚାକିରୀ ଦେବା ନାଁରେ ୟୁଏଇ ପଠାଇଥିଲା । ଏଥିପାଇଁ ସୁତାପା ନଭେମ୍ବର, 2019ରୁ ତିନି ମାସର ଭିଜିଟିଂ ଭିସା ନେଇ ୟୁଏଇ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ତାଙ୍କ ପାଇଁ କୌଣସି ଚାକିରୀ ନଥିବା ସମ୍ପୃକ୍ତ ଏଜେଣ୍ଟ ସ୍ପଷ୍ଟ କରିଥିଲା । ଉପାୟ ଶୂନ୍ୟ ହୋଇ ସୁତାପା ଏକ ପରିବାରରେ ଘର କାମ କରିବା ଆରମ୍ଭ କରିଥିଲେ । ହେଲେ ସେହି ପରିବାର ତାଙ୍କୁ ଠିକ୍‌ ଭାବେ ଦରମା ନଦେବା ସହ ତାଙ୍କୁ ଦିନକୁ ଓଳିଏ ଖାଇବା ପାଇଁ ଦେଉଥିଲା ।

ପୂର୍ବରୁ ଜଣେ ଡାଏବେଟିକ ରୋଗୀ ଥିବା ସୁତାପାଙ୍କ ସ୍ବାସ୍ଥ୍ୟ ଦିନକୁ ଦିନ ବିଗିଡିବା ଆରମ୍ଭ କରିଥିଲା । ଏହାପରେ ତାଙ୍କ ରୁମମେଟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କୁ ବିଭିନ୍ନ ରୋଗ ଥିବା ଦର୍ଶାଯାଇ ଏକ ସର୍ଜରୀ ମଧ୍ୟ କରାଯାଇଥିଲା । ଏବ ହସ୍ପିଟାଲ ବିଲ୍‌ 30,493ଡଲାର ହୋଇଥିବା ଜଣାପଡିଛି । ତେବେ ଚାକିରୀ ଅଭାବରେ ସେ ଆର୍ଥିକ ସାହାଯ୍ୟ ପାଇଁ ଅପେକ୍ଷା କରି ବସିଛନ୍ତି ।

@IANS

ABOUT THE AUTHOR

...view details