ଦୁବଇ: 33 ବର୍ଷୀୟ ଜଣେ ଭାରତୀୟ ବ୍ୟକ୍ତିଙ୍କୁ 15ଟି ଓ୍ବେବସାଇଟ୍ ହ୍ୟାକ୍ କରିବା ମାମଲାରେ 3 ମାସର କାରାଦଣ୍ଡାଦେଶ ମିଳିଛି। ଦୁବାଇର କୋର୍ଟ ଅଫ୍ ଫାର୍ଷ୍ଟ ଇଷ୍ଟେସ୍ ସୋମବାର ଯୁବକ ଜଣଙ୍କୁ ଓ୍ବେବସାଇଟ୍ ହ୍ୟାକ୍ କରିବା ଓ ଲୋକଙ୍କୁ ଧମକାଇବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛି।
15ଟି ଓ୍ବେବସାଇଟ୍ ହ୍ୟାକ୍ କଲେ, ଜେଲ ଗଲେ ଭାରତୀୟ ଯୁବକ - arrested
ବେତନରୁ ଟଙ୍କା କଟିବାରୁ 15ଟି ଓ୍ବେବସାଇଟ୍ ହ୍ୟାକ୍ କରି 33ବର୍ଷୀୟ ଜଣେ ଭାରତୀୟ ବ୍ୟକ୍ତି ଦୁବାଇରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ପ୍ରତିକାତ୍ମକ ଫଟୋ
ଖବରମୁତାବକ, ଉକ୍ତ ଭାରତୀୟ ବ୍ୟକ୍ତି ଜଣକ ଏକ ମିଡିଆ କମ୍ପାନୀରେ କମ୍ପୁଟର ପ୍ରୋଗମର ଭାବରେ କାମ କରୁଥିଲେ। ପରେ ସେହି କମ୍ପାନୀରୁ ଇସ୍ତଫା ଦେଇଥିଲେ। କିନ୍ତୁ 1080 ଡଲାର ତାଙ୍କ ବେତନରୁ କଟି ଯାଇଥିବାରୁ ସେ ନିଜର କ୍ଲାଏଣ୍ଟର ଓ୍ବେବସାଇଟ୍କୁ ହ୍ୟାକ୍ କରିବାର ଧମକ ଦେଇଥିଲେ।
ତେବେ ଏହି ଘଟଣାର ପୋଲିସ୍ ତଦନ୍ତରୁ ପ୍ରମାଣ ପାଇଥିଲା ଯେ, ଉକ୍ତ ଭାରତୀୟ ଯୁବକ ଜଣକ ନିଜ ଲ୍ୟାପଟପ୍ରୁ ଓ୍ବେବସାଇଟ୍ ଆସେସ୍ କରିଥିଲା ।