ଓଡିଶା

odisha

ETV Bharat / international

ପାକିସ୍ତାନୀ ଯୁବକଙ୍କୁ ବହି ପଢିବାକୁ ପରାମର୍ଶ ଦେଉଛନ୍ତି ଇମ୍ରାନ ଖାନ

ମାନବ ଅଧିକାର ଉଲ୍ଲଂଘନକୁ ନେଇ ମାନବ ଅଧିକାର ପରିଷଦର ଟାର୍ଗେଟରେ ଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ଦେଶର ଯୁବକମାନଙ୍କୁ ବହି ପଢିବାକୁ ପରାମର୍ଶ ଦେଉଛନ୍ତି ।

ପାକିସ୍ତାନୀ ଯୁବକଙ୍କୁ ବହି ପଢିବାକୁ ପରାମର୍ଶ ଦେଉଛନ୍ତି ଇମ୍ରାନ ଖାନ
ପାକିସ୍ତାନୀ ଯୁବକଙ୍କୁ ବହି ପଢିବାକୁ ପରାମର୍ଶ ଦେଉଛନ୍ତି ଇମ୍ରାନ ଖାନ

By

Published : Oct 4, 2020, 6:22 PM IST

ଇସଲାମାବାଦ: ମାନବ ଅଧିକାର ଉଲ୍ଲଂଘନକୁ ନେଇ ମାନବ ଅଧିକାର ପରିଷଦର ଟାର୍ଗେଟରେ ଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ଦେଶର ଯୁବକମାନଙ୍କୁ ବହି ପଢିବାକୁ ପରାମର୍ଶ ଦେଉଛନ୍ତି । ପାକିସ୍ତାନର ମିଡିଆ ରିପୋର୍ଟ ଦି ନ୍ୟୁଜ୍ ଅନୁଯାୟୀ ଇମ୍ରାନ ଖାନ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏନେଇ ଯୁବକଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ସେ ନିଜ ପୋଷ୍ଟରେ କହିଛନ୍ତି ଯେ, ଏହି ଅକ୍ଟୋବରରେ ମୁଁ ଦେଶର ଯୁବକଙ୍କୁ ଏଲିଫ ଶାଫାକଙ୍କ ଦ୍ୱାରା ଲିଖିତ "ଫର୍ଟି ରୁଲ୍‌ସ ଅଫ ଲଭ" ପଢିବାକୁ ପରାମର୍ଶ ଦେଇଛି।

ଇମ୍ରାନ ଖାନ କହିଛନ୍ତି, ଏହା ଏକ ପ୍ରେରଣାଦାୟକ ପୁସ୍ତକ । ମୁଁ ଏହାକୁ କିଛି ବର୍ଷ ପୂର୍ବେ ପଢିଥିଲି ଏବଂ ଏହା ଦ୍ୱାରା ଅନୁପ୍ରାଣିତ ହୋଇଥିଲି ବୋଲି ସେ କହିଛନ୍ତି । ଏହାପୂର୍ବରୁ କୋରୋନାଭାଇରସ୍ ଲକଡାଉନ୍ ସମୟରେ ଇମ୍ରାନ ଖାନ ପାକିସ୍ତାନର ଯୁବକମାନଙ୍କୁ 'ଲାଷ୍ଟ ଇସଲାମିକ ହିଷ୍ଟ୍ରି ' ପଢିବାକୁ ନିବେଦନ କରିଥିଲେ।

ମିଳିତ ଜାତିସଂଘର ମାନବଅଧିକାର କାର୍ଯ୍ୟାଳୟ ମଙ୍ଗଳବାର ଦିନ ପାକିସ୍ତାନରେ ସାମ୍ବାଦିକ ତଥା ମାନବଅଧିକାର କର୍ମୀଙ୍କ ପ୍ରତି ହିଂସା ହେଉଥିବା ନେଇ ଆଶଙ୍କା ପ୍ରକାଶ କରିଛି। ପାକିସ୍ତାନର ସାମ୍ବାଦିକ ତଥା ମାନବଅଧିକାର ରକ୍ଷାକାରୀଙ୍କ ବିରୁଦ୍ଧରେ, ବିଶେଷ କରି ମହିଳା ଏବଂ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସାତ୍ମକ ଘଟଣା ଘଟୁଥିବାର ଅନେକ ଉଦାହରଣ ଦେଖିବାକୁ ମିଳୁଛି ବୋଲି ଜାତିସଂଘର ମାନବ ଅଧିକାର କମିଶନରଙ୍କ ମୁଖପାତ୍ର କହିଛନ୍ତି।

ସେପଟେ ଗିଲଗିଟ-ବାଲ୍ଟିସ୍ତାନକୁ ପାକିସ୍ତାନର ପଞ୍ଚମ ପ୍ରଦେଶ ରୂପେ ବଦଳାଇବା ପାଇଁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଷ୍ପତ୍ତି ନେଇଛନ୍ତି । ଏହି ଯାହାକୁ ନେଇ ସେ ଦେଶବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ।

ABOUT THE AUTHOR

...view details