ଓଡିଶା

odisha

By

Published : Jan 24, 2022, 7:31 AM IST

ETV Bharat / international

ଅର୍ଥନୀତି ସଙ୍କଟକୁ ମାନିଲେ ଇମ୍ରାନ ସରକାର, ଅନ୍ତର୍ଜାତୀୟ କାରଣକୁ ଦେଲେ ଦୋଷ

ପାକିସ୍ତାନ ଅର୍ଥନୀତି ସଙ୍କଟକୁ ସ୍ବୀକାର କଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଅନ୍ତର୍ଜାତୀୟ କାରଣ ଦର୍ଶାଇ ଦେଶବାସୀଙ୍କ ସମ୍ମୁଖରେ ସନ୍ତୁଳିତ ବୟାନ ରଖିବାକୁ କଲେ ପ୍ରୟାସ । ଅଧିକ ପଢନ୍ତୁ

ପାକିସ୍ତାନରେ ଉତ୍କଟ ଦରଦାମ ବୃଦ୍ଧିକୁ ସ୍ବୀକାର କଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଆନ୍ତର୍ଜାତୀୟ କାରଣ ଦର୍ଶାଇବାକୁ କଲେ ଚେଷ୍ଟା
ପାକିସ୍ତାନରେ ଉତ୍କଟ ଦରଦାମ ବୃଦ୍ଧିକୁ ସ୍ବୀକାର କଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଆନ୍ତର୍ଜାତୀୟ କାରଣ ଦର୍ଶାଇବାକୁ କଲେ ଚେଷ୍ଟା

ଇସଲାମାବାଦ:ପାକିସ୍ତାନରେ ଦେଖାଦେଇଥିବା ଉତ୍କଟ ଅର୍ଥନୈତିକ ସଙ୍କଟ ମଧ୍ୟରେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ମଧ୍ୟ ଅହେତୁକ ଭାବେ ବଢିବାରେ ଲାଗିଛି । ଯାହାକୁ ନେଇ ଦେଶବ୍ୟାପୀ ଇମ୍ରାନ ଖାନଙ୍କ ସରକାର ବିରୋଧରେ ସ୍ବର ଉଠିବାରେ ଲାଗିଥିବାବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ ଏହି ଆର୍ଥିକ ସଙ୍କଟକୁ ସ୍ବୀକାର କରିବା ସହ ଏହାର କାରଣ ଅନ୍ତର୍ଜାତୀୟ ବଜାର ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ।

ଶନିବାର ସାଧାରଣ ଜନତା ଅନ-ଏୟାର ନାମକ ଏକ କାର୍ଯ୍ୟକ୍ରମରେ ଆକାଶଛୁଆଁ ମୁଦ୍ରାସ୍ଫୀତି ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେଇ ଇମ୍ରାନ ଖାନ କହିଛନ୍ତି ଯେ ଏହା ହିଁ ଏକମାତ୍ର ସମସ୍ୟା ଯାହା ତାଙ୍କୁ ଚିନ୍ତିତ କରିଛି । ଆହୁରି ମଧ୍ୟ ଇମ୍ରାନ ଖାନ କହିଛନ୍ତି, ବର୍ତ୍ତମାନର ମୁଦ୍ରାସ୍ଫୀତି ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗ । ଏହା କୌଣସି ଦେଶର ଅର୍ତିନୀତି ମଧ୍ୟରେ ସୀମିତ ରହିନାହିଁ । କୋଭିଡ କାରଣରୁ ଏକାଧିକ ଦେଶ ଯୋଗାଣ ଅଭାବ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତାହା ମଧ୍ୟ ଏକ କାରଣ ଭାବେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଇମ୍ରାନ ।

ମହାମାରୀ ସମୟରେ ଆମେରିକା 6,000 ବିଲିୟନ ଡଲାର ଖର୍ଚ୍ଚ କରିଥିବା ଦର୍ଶାଇ ଇମ୍ରାନ କହିଛନ୍ତି ଯେ ପାକିସ୍ତାନ ମଧ୍ୟ 8 ବିଲିୟନ ଡଲାର ଖର୍ଚ୍ଚ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ଦେଶର ସ୍ଥିତି ତୁଳନା କରିବାକୁ ହେବ । ବର୍ତ୍ତମାନ ବ୍ରିଟେନ ସମେତ କିଛି ୟୁରୋପୀୟ ଦେଶ ରେକର୍ଡ ମୁଦ୍ରାସ୍ଫୀତିର ସମ୍ମୁଖୀନ ହୋଇଛନ୍ତି । ମୁଦ୍ରାସ୍ଫୀତି ପାକିସ୍ତାନୀମାନଙ୍କୁ ବହୁତ ପ୍ରଭାବିତ କରିଛି ବୋଲି ସ୍ୱୀକାର କରିବା ସହ ଏହି କାରଣରୁ ଦରମାପ୍ରାପ୍ତ ଶ୍ରେଣୀ ଅଧିକ ପ୍ରଭାବିତ ହୋଇଛନ୍ତି ବୋଲି ମଧ୍ୟ ଇମ୍ରାନ ସ୍ବୀକାର କରିବାକୁ ଭୁଲି ନଥିଲେ ।

@ANI

ABOUT THE AUTHOR

...view details