ଓଡିଶା

odisha

ETV Bharat / international

ବେଜିଂ ରାସାୟନିକ କାରଖାନାରେ ବିସ୍ଫୋରଣ: 6 ମୃତ, 30 ଆହତ

ପୂର୍ବ ଚୀନରେ ବଡ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ମୃତକ ଓ ଆହତଙ୍କ ମଧ୍ୟରେ ଅଧିକାଂଶ କାରଖାନା କର୍ମଚାରୀ ରହିଛନ୍ତି । ଏମାନଙ୍କ ବ୍ୟତୀତ କିଛି ସ୍ଥାନୀୟ ଲୋକ ବି ଆହତ ହୋଇଛନ୍ତି ।

By

Published : Mar 21, 2019, 11:01 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ

ବେଜିଂ: ପୂର୍ବ ଚୀନରେ ଗୁରୁବାର ଏକ ବଡ ଧରଣର ଅଘଟଣ ଘଟିଛି । ଜିଆଙ୍ଗସୁ ଅଞ୍ଚଳର ୟାନଚେଙ୍ଗ ଠାରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି 6ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ 30 ଜଣ ଆହତ ହୋଇଥିବା ଜଣାପଡିଛି ।

ଏଏନଆଇ ସୂଚନାନୁସାରେ ଏହି ବିସ୍ଫୋରଣରେ ମୃତକ ଓ ଆହତଙ୍କ ମଧ୍ୟରେ ଅଧିକାଂଶ କାରଖାନା କର୍ମଚାରୀ ରହିଛନ୍ତି । ଏମାନଙ୍କ ବ୍ୟତୀତ କିଛି ସ୍ଥାନୀୟ ଲୋକ ବି ଆହତ ହୋଇଥିବାର ସୂଚନା ରହିଛି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ବିସ୍ଫୋରଣ ଫଳରେ କାରଖାନା ନିକଟରେ ଥିବା ବିଲ୍ଡିଂର ଝରକା ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଦିନ ୨ଟା ୫୦ ମିନିଟ୍‌ ସମୟରେ ଏହି ବିସ୍ଫୋରଣ ଘଟିଥିବାର ଜଣାପଡିଛି ।

ଘଟଣା ଘଟିବା ପରେ ଡାକ୍ତରୀ ଦଳ, ଅଗ୍ନିଶମ ବିଭାଗ ଆଦି ଘଟଣାସ୍ଥଳରେ ପହଞ୍ଚିଥିଲେ । ବିସ୍ଫୋରଣ ସମୟର ଭିଡିଓ ଏବେ ସମସ୍ତ ନ୍ୟୁଜ ଚ୍ୟାନେଲରେ ପ୍ରସାରଣ କରାଯାଉଛି । ବିସ୍ଫୋରଣ ହେବାର କିଛି ସମୟ ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳଟି ଧୂଆଁମୟ ହୋଇଯାଇଥିଲା । ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନାହିଁ ।

ABOUT THE AUTHOR

...view details