ଇସଲାମାବାଦ: ପ୍ରବଳ ବର୍ଷା ଯୋଗୁଁ ପାକିସ୍ତାନର ପଞ୍ଜାବ ଏବଂ ଖାଇବର ପାଖ୍ତୁନଖ୍ବା ପ୍ରଦେଶରେ ବନ୍ୟା ପରିସ୍ଥିତି ଉପୁଜିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପ୍ରବଳ ବର୍ଷା ହେତୁ ଗୁରୁବାର ଅତି କମରେ 24 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଛାତ ଭୁଶୁଡ଼ିବା ଘଟଣାରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ଅନେକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ପାକିସ୍ତାନରେ ବନ୍ୟା ପରିସ୍ଥିତି, ବିଭିନ୍ନ ସ୍ଥାନରେ ଛାତ ଭୁଶୁଡ଼ି 24 ମୃତ - ଛାତ ଭୁଶୁଡ଼ି 24 ମୃତ
ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପ୍ରବଳ ବର୍ଷା ହେତୁ ଗୁରୁବାର ଅତି କମରେ 24 ଜଣଙ୍କର ମୃତ୍ୟୁ ଘଟିଛି । ଛାତ ଭୁଶୁଡ଼ିବା ଘଟଣାରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ଘଟିଛି।
ପ୍ରଥମ ଘଟଣା ଲାହୋରର ହରବନ୍ସପୁର ଅଞ୍ଚଳରେ ଘଟିଛି । ଏକ ପୁରୁଣା ଘରର ଛାତ ଭୁଶୁଡି ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଅନ୍ୟ ଏକ ଘଟଣା ଶେଖପୁରା ଜିଲ୍ଲାରେ ଦଖିବାକୁ ମିଳିଛି । ଘରର ଛାତ ଭୁଶୁଡ଼ି ପଡ଼ି ପରିବାରର 9 ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି ।
ସେହିପରି ମାଣ୍ଡି ବାହାଉଦ୍ଦିନ ଜିଲ୍ଲାରେ ଘରର ଛାତ ଭୁଶୁଡ଼ିବା ପରେ ଜଣେ ମହିଳା ଏବଂ ତାଙ୍କର ଚାରି ସନ୍ତାନ ପ୍ରାଣ ହରାଇଛନ୍ତି । ଅନ୍ୟ ଏକ ଘଟଣା ଚାକୱାଲ ଜିଲ୍ଲାର ଏକ କୋଇଲା ଖଣିରେ ଘଟିଛି । ପ୍ରବଳ ବର୍ଷା ପରେ ଭୂସ୍ଖଳନ ହୋଇ ତିନିଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଫୈସଲାବାଦ ଜିଲ୍ଲାରେ ବିଦ୍ୟୁତ୍ ସଂଯୋଗ ଏବଂ ଛାତ ଭୁଶୁଡ଼ିବା ଘଟଣାରେ ତିନି ଜଣ ପ୍ରାଣ ହରାଇଛନ୍ତି।